ରେଡ ମି ନୋଟ-୪ ନୂଆ ଭର୍ସନର ବିକ୍ରି ଆରମ୍ଭ! ଜାଣନ୍ତୁ ଏଥିରେ କଣ ପାଇବେ ଅଧିକ ସୁବିଧା

72

କନକ ବ୍ୟୁରୋ : ଭାରତୀୟ ଟେକ୍ନୋଲୋଜି ବଜାରରେ ଅଧିକ ବିକ୍ରି କରିବା ଲକ୍ଷ୍ୟରେ ଆଜି ଠୁ ରେଡ ମି ନୋଟ-୪ର ନୂଆ ଭର୍ସନର ବିକ୍ରି ଆରମ୍ଭ ହୋଇଛି । ଚାଇନା ଟେକ୍ନୋଲୋଜିରେ ତିଆରି ରେଡମି ସ୍ମାର୍ଟଫୋନର ଏହା ହେଉଛି ଲେକ-ବ୍ଲ୍ୟୁ ଏଡିସନ । ଭାରତରେ ଏହା ଲଞ୍ଚ ହୋଇଛି । ଆଜି ଠୁ ଏହାର ବିକ୍ରି ଆରମ୍ଭ ହୋଇଥିବା ବେଳେ କମ ଦାମରେ ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କମ୍ପାନୀ ଯୋଜନା କରିଛି । ତେବେ କମ୍ପାନୀ କହିଛି ଏହି ସ୍ମାର୍ଟଫୋନ ବିକ୍ରିର କିଛି ଅଂଶ ଭାରତରେ ସ୍ୱଚ୍ଛ ଭାରତ ଅଭିଯାନରେ ଲାଗିବ ଯାହା ଜଳାଶୟକୁ ଦୂଷିତ ହେବାରୁ ରୋକାଯାଇପାରିବ ।

ଆଜି ଦିନ ୧୨ଟା ଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି । କମ୍ପାନୀର ଅଧିକୃତ ୱେବସାଇଟରେ ଏହାକୁ କିଣି ପାରିବେ ଗ୍ରାହକ । ଏହାସହ ଫ୍ଲିପକାର୍ଟ, ଏମଆଇ ହୋମ ଏବଂ କମ୍ପାନୀ ପାର୍ଟନର ରିଟେଲ ପଏଣ୍ଟରେ ଗ୍ରାହକ ଏହି ନୂଆ ଫୋନକୁ କିଣିପାରିବେ ।

ଫୋନର ସ୍ୱତନ୍ତ୍ରତା :

ରେଡମି ନୋଟ-୪ ଲେକ ବ୍ଲ୍ୟୁ ଏଡିସନର ଏହି ହ୍ୟାଣ୍ଡସେଟରେ ୫.୫ଇଞ୍ଚର ଫୁଲ ଏଚଡି ଡିସପ୍ଲେ ରହିଛି । ଏହାସହ ଏଥିରେ ରିୟର ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି । ଏହି ଫୋନରେ ଗ୍ରାହକ ୬୨୫ ସ୍ନାପଡ୍ରାଗନ ପ୍ରୋସେସର ପାଇ ପାରିବେ । ଡୁଆଲ ସିମ ବାଲା ଏହି ନୋଟ-୪ ଏମଆଇୟୁଆଇ ୮ ଉପରେ ପର୍ଯ୍ୟବେସିତ ଓ ଏଥିରେ ଗ୍ରାହକ ୬.୦ ମାର୍ସମାଲୋ ଆଣ୍ଡ୍ରଏଡର ସୁବିଧା ପାଇବେ ।

ସ୍ପିକରର ସ୍ଥାନ ବଦଳିଲା :

ରେଡମି ନୋଟ-୪ର ଏହି ଭର୍ସନର ଓସାର ରହିଛି ୮.୪ଏମଏମ୍ । ନୋଟ-୩ରେ ଏହାର ଓସାର ୮.୫୪ଏମଏମ୍ ଥିଲା ବେଳେ ଏହି ନୂଆ ଭର୍ସନରେ ଓସାର କମିଛି । ଏଥିରେ ସାଉଣ୍ଡ କ୍ୱାଲିଟି ଉପରେ ବେଶ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସ୍ପିକରକୁ ଫୋନର ପୁରା ତଳକୁ ନିଆଯାଇଛି । ଫୋନର ବ୍ୟାଟେରୀ ୪୧୦୦ମେଗାହଜ୍ ରହିଛି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାକଅପ ରଖିବା ପାଇଁ ନୂଆ ଜ୍ଞାନକୌଶଳର ବ୍ୟବହାର ହୋଇଛି ।

ଉକ୍ରୃଷ୍ଟ କ୍ୟାମେରାର ସୁବିଧା :

ରେଡମି ନୋଟ -୪ର ଏହି ଭର୍ସନରେ କ୍ୟାମେରାକୁ ବେଶୀ ଗୁରୁତ୍ୱ ଦିଆଯାଉଛି । ପ୍ରତ୍ୟେକ ସ୍ମାର୍ଟଫୋନରେ କ୍ୟାମେରାକୁ ନେଇ ପ୍ରତିଯୋଗୀତା ଚାଲିଥିବା ବେଳେ ଚାଇନା ଟେକ୍ନୋଲୋଜିର ଏହି ନୂଆ ଭର୍ସନରେ ସିଏମଓଏସ୍ ସେନ୍ସରର ୧୩ ମେଗାପିକ୍ସେଲ ରିୟର କ୍ୟାମେରା ଓ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମରା ରହିଛି । ଯାହା ଉନ୍ନତମାନର ଫଟୋ ଉଠାଇବାରେ ସହଯୋଗ କରିବ । ରିୟର କ୍ୟାମେରାରେ ଏଫ/୨.୦ ଅପର୍ଚର, ୭୭ଡିଗ୍ରୀ ୱାଇଡ ଆଙ୍ଗେଲ ଲେନ୍ସ ଏବଂ ଡୁଆଲ ଟୋନ ଏଲଇଡି ଫ୍ଲାସର ସୁବିଧା ରହିଛି । ସେହିଭଳି ଫ୍ରଣ୍ଟ କ୍ୟାମେରାରେ ୮୫ଡିଗ୍ରୀ ୱାଇଡ ଆଙ୍ଗେଲ ଲେନ୍ସର ସୁବିଧା ରହିଛି ।

କନେକ୍ଟିଭିଟି ଫିଚର୍ସ :

ରେଡମି ନୋଟ -୪ର ଏହି ଭର୍ସନରେ ଗ୍ରାହକଙ୍କୁ ମିଳିବ ୪ଜି ଭୋଲ୍ଟ, ୱାଇ-ଫାଇ ସୁବିଧା । ଏହାସହ ବ୍ଲୁଟୁଥ, ଜିପିଏସ, ମାଇକ୍ରୋ-ୟୁଏସବିର ମଧ୍ୟ ସୁବିଧା ଦିଆଯାଇଛି । ସବୁ ଡିଭାଇସ ସହ କନେକ୍ଟ ହୋଇପାରିବା ଭଳି ରିମୋର୍ଟ ସେନ୍ସର ରହିଛି ଫୋନରେ ।

ମୋଟାମୋଟି ଉପରେ ଏହି ବ୍ଲୁ ଲେକ ଏଡିସନରେ ସବୁ ଦୃଷ୍ଟିକୁ ନଜର ଦିଆଯାଇଛି । ଏଥିରେ ୪ଜିବି ରାମ୍ ଓ ୬୪ଜିବି ଇଣ୍ଟରନାଲ ଷ୍ଟୋରେଜର କାପାସିଟି ରହିଛି । କେବଳ ହ୍ୟାଣ୍ଡସେଟର କଲର୍ କୁ ବାଦ ଦେଲେ ସ୍ୱତନ୍ତ୍ରତାରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିବା ବେଳେ ଏହାର ଦାମ ରହିଛି ୧୨,୯୯୯ । ତେବେ ଭାରତୀୟ ବଜାରରେ ଏହି ନୂଆ ଭର୍ସନର ସ୍ମାର୍ଟଫୋନ ପୂର୍ବ ଭଳି ଭଲ ବିକ୍ରି ହେବ ବୋଲି କମ୍ପାନୀ ଆଶା ରଖିଛି ।