ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ଘଟଣାରେ ଛାତ୍ରଙ୍କୁ ଗିରଫର ପ୍ରତିବାଦ ! କୁଳପତିଙ୍କ କାର୍ଯ୍ୟାଳୟ ସମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

59

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ଘଟଣାରେ ଛାତ୍ରଙ୍କୁ ଗିରଫର ପ୍ରତିବାଦ କରି କୁଳପତିଙ୍କ କାର୍ଯ୍ୟାଳୟ ସମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଗିରଫ ହୋଇଥିବା ଅଂଶୁମାନଙ୍କୁ ତୁରନ୍ତ ଛାଡିବା ଦାବିରେ ଧାରଣା ଦେବା ସହ ନାରାବାଜି କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କୁ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରେଭେନସା ରାଗିଂ ଘଟଣାରେ କମିଶନରେଟ ପୋଲିସ ଅଂଶୁମାନ ମହାନ୍ତିଙ୍କୁ ଗିରଫ କରିଛି ।

ରାଗିଂ ଘଟଣାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଭିତ୍ତି କରି ଗିରଫ କରିଛି ପୁଲିସ । ଗତକାଲି ପୁଲିସ୍ କ୍ୟାମ୍ପସକୁ ଯାଇ ରାଗିଂ ଘଟଣାରେ ଛାନଭିନ କରିଥିଲା । ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ମା ରେଭେନ୍ସା କୁଳପତିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଛାତ୍ରଙ୍କ ମା’ଙ୍କ ଲିଖିତ ଅଭିଯୋଗ ପରେ କୁଳପତି କହିଛନ୍ତି ରେଭେନ୍ସା ଆଭ୍ୟନ୍ତରୀଣ କମିଟିର ନିଷ୍ପତ୍ତି ପରେ ରେଭେନ୍ସା ଶୃଙ୍ଖଳା କମିଟି ତଦନ୍ତ କରିବ । ଆବଶ୍ୟକ ପଡିଲେ ଲଳିତଗିରି ହଷ୍ଟେଲ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଂଚ କରାଯିବ ବୋଲି ରେଭେନ୍ସା କହିଛନ୍ତି ।