ଏଣିକି ରେଲୱେ ଟିକେଟ୍ ବୁକ୍ କଲେ ମିଳିବ ରିହାତି, ଏହା ସହିତ ଆହୁରି ଅନେକ ଲାଭ । ଜାଣନ୍ତୁ ଟିକେଟ୍ ବୁକିଂ ପ୍ରକ୍ରିୟା

40

ଯଦି ଆପଣ ଡିଜିଟାଲ ପେମେଣ୍ଟମାଧ୍ୟମକୁ ଆପଣେଇ ସାରିଛନ୍ତି, ତେବେ ରେଳ ଟିକେଟ୍ ବୁକ୍ କଲେ ଆପଣଙ୍କୁ ଅନେକ ଲାଭ ମିଳିବ । ରେଳବାଇ ଭାରତ ସରକାର ତରଫରୁ ଜାରି କରାଯାଇଥିବା ଭୀମ ଆପ୍ ଏବଂ ୟୁପିଆଇ(ୟୁନିଫାଏଡ୍ ପେମେଣ୍ଟ ଇଂଟରଫେସ) ଜରିଆରେ ଟିକେଟ୍ ବୁକିଂ କରିବା ଉପରେ ଟିକେଟ୍ ମୂଲ୍ୟରେ ରିହାତି ଦେବାର ଘୋଷଣା କରିଛନ୍ତି । ସେଇଠି ଆପଣଙ୍କୁ ଅନଲାଇନ୍ ବୁକିଂର କେତେକ ଅନ୍ୟ ଫାଇଦା ବି ମିଳିପାରିବ । ଏହି ଫାଇଦା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ରେଳବାଇ ଭାରତ ସରକାର ତରଫରୁ ଘୋଷିତ ୧୦୦ ସ୍ମାର୍ଟ ସହରରେ ୩୧ଜୁଲାଇ ପର୍ଯ୍ୟନ୍ତ ବିଶେଷ ଅଭିଯାନ ଚଳାଇବ । ରେଲୱେର ପ୍ରଚେଷ୍ଟା ଏହା ଯେ, ସ୍ମାର୍ଟ ସହରରେ ଅଧିକତର ପେମେଣ୍ଟ ଡିଜିଟାଲ ମାଧ୍ୟମରେ କରାଯାଉ ।

ରେଲୱେ ତରଫରୁ କରାଯାଇଥିବା ଘୋଷଣା ଅଧିନରେ ଭୀମ ଆପ୍ ଓ ୟୁପିଆଇ ଜରିଆରେ ଟିକେଟ୍ ବୁକିଂ କଲେ ଭଡାରେ ୦୫ ପ୍ରତିଶତ ବା ସର୍ବାଧିକ ୫୦ ଟଙ୍କା ପର୍ଯ୍ୟନ୍ତ ରିାହାତି ମିଳିପାରିବ । ସେଇଠି ଆରକ୍ଷିତ ଟିକେଟ୍ ର ମୂଲ୍ୟ ସର୍ବନିମ୍ନ ୧୦୦ ଟଙ୍କା ହେଲେ ଭଡାରେ ରିହାତି ର ଲାଭ ମିଳିପାରିବ । କ୍ରେଡିଟ୍ କାର୍ଡ ବା ଡେବିଟ୍ କାର୍ଡ ରେ ଟିକେଟ୍ ର ଡିଜିଟାଲ ପେମେଣ୍ଟ କଲେ ଭଡାରେ ରିହାତି ମଳିବନି ।

ରେଲୱେ ଯୋଜନା ଅଧିନରେ ଉଚ୍ଚ ଶ୍ରେଣୀରେ ସିଟ୍ ଖାଲି ଥିଲେ, ନିମ୍ନ ଶ୍ରେଣୀର ଯାତ୍ରୀଙ୍କୁ ସେଥିରେ ଅପଗ୍ରେଡ କରିଦିଆଯାଇଥାଏ । ରେଲୱେର ନୂଆ ଯୋଜନା ଅଧିନରେ ଯଦି କୈାଣସି ଯାତ୍ରୀ ଭୀମ ବା ୟୁପିଆଇ ଆପରୁ ଡିଜିଟାଲ ପେମେଣ୍ଟ କରି ଟିକେଟ୍ କିଣନ୍ତି, ତେବେ ତାଙ୍କୁ ଏହି ଯୋଜନା ଅଧିନରେ ପ୍ରାଥମିକତା ଆଧାରରେ ଅପଗ୍ରେଡ କରାଯିବ । ରେଳବାଇ ସ୍ମାର୍ଟ ସହରରେ ୩୧ ଜୁଲାଇ ପର୍ଯ୍ୟନ୍ତ ଅଧିକରୁ ଅଧିକ ଲୋକଙ୍କୁ ଡିଜିଟାଲ ପେମେଣ୍ଟ ପାଇଁ ପ୍ରେରିତ କରିବ । ଏଥିପାଇଁ ବଡ ଆକାରରେ ଅଭିଯାନ କରାଯିବ । ଏହି ଅଭିଯାନ ଜରିଆରେ ପ୍ରତିଦିନ ଡିଜିଟାଲ ପେମେଣ୍ଟର ସଂଖ୍ୟା କେତେ ବଢ଼ିଲା ଏହାର ଦୈନିକ ରିପୋର୍ଟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରାଦ୍ୟେଗିକ ମନ୍ତ୍ରଣାଳୟକୁ ପଠାଯିବ ।