ରେଳ ଯାତ୍ରୀଙ୍କ ପାଇଁ ସୁରେଶ ପ୍ରଭୁଙ୍କ ‘ସାରଥୀ’ ଆପ୍ ! ଫ୍ଲାଇଟ୍ ଟିକେଟ୍ ମଧ୍ୟ କରି ପାରିବେ ବୁକ୍

28

ଯାତ୍ରୀଙ୍କ ସୁବିଧା ପାଇଁ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଲଂଚ୍ କଲେ ନୂଆ ଆପ୍ । ଯାହାର ନାଁ ହେଉଛି ‘ରେଳ ସାରଥୀ’ । ଯାତ୍ରୀଙ୍କ ସମସ୍ତ ଅସୁବିଧାର ଅନ୍ତ କରିବ ଏହି ଆପ୍ । ରେଳ ସାରଥୀ ଯାତ୍ରୀଙ୍କ ସମସ୍ତ ଆବଶ୍ୟକତାକୁ ପୁରା କରିବ । ବର୍ତ୍ତମାନ ସମୟରେ ଯାତ୍ରୀ ମାନଙ୍କୁ ରେଳ ସମ୍ବନ୍ଧୀୟ ତଥ୍ୟ ବା ସେବା ପାଇଁ ଅଲଗା ଅଲଗା ଆପ୍ ଡାଉନଲୋଡ୍ କରିବାକୁ ପଡୁଥିଲା । କିନ୍ତୁ ‘ରେଳ ସାରଥୀ’ ଆପ୍ ଜରିଆରେ ସମସ୍ତ ଜିନିଷ ଏକସାଥୀରେ ମିଳିବ ।

ସବୁଠାରୁ ବଡ କଥା ହେଉଛି ଏହି ଆପ୍ ନା କେବଳ ରେଳ ଟିକେଟ୍ ବରଂ ଫ୍ଲାଇଟ୍ ଟିକେଟ୍ ମଧ୍ୟ ବୁକ୍ କରି ପାରିବେ । ଏହି ଆପ୍ ଲଂଚ୍ କରିବା ସମୟରେ ସୁରେଶ ପ୍ରଭୁ କହିଛନ୍ତି ଯାତ୍ରୀଙ୍କୁ ଉତ୍ତମ ସେବା ଦେବା ପାଇଁ ଏହି ଆପ୍ କରାଯାଇଛି । ଖାସ୍ କରି ମହିଳା ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଆପ୍ ତିଆରି କରାଯାଇଛି । ଏହା ବ୍ୟତୀତ ଏହି ଆପ୍ ଜରିଆରେ ଯାତ୍ରୀମାନେ ଅଭିଯୋଗ ଏବଂ ପରାମର୍ଶ ମଧ୍ୟ ଦେଇପାରିବେ ।