ରାୟଗଡାରେ ପଥର ଖାଦାନରେ ଟିପର ଦୁର୍ଘଟଣା ! ହେଲପର ସମେତ ୨ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

56

କନକ ବ୍ୟୁରୋ : ପଥର ଖାଦାନରେ ଦୁର୍ଘଟଣା । ଟିପ୍ପର ଓଲଟି ୨ ଜଣଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ପୁଟା ସିଂ ଥାନା ଅନ୍ତର୍ଗତ ଲବା ଗାଁ ନିକଟରେ ଥିବା ଏକ ପଥର ଖାଦାନରେ ଦୁର୍ଘଟଣା ହୋଇଛି । ଏକ ଟିପ୍ପର ଓଲଟି ପଡିବାରୁ ଘଟଣାସ୍ଥଳରେ ଟିପ୍ପର ହେଲପର ଓ ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ଆହତ ମହିଳାଙ୍କୁ ପ୍ରଥମେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଖବର ପାଇ ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।