ରିଲାଏନ୍ସ ଜିଓ ଲଞ୍ଚ୍ କଲା ହଲିଡେ ହଙ୍ଗାମା ଅଫର ! କ’ଣ ରହିଛି ସ୍ୱତନ୍ତ୍ର ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

47

ପୁନର୍ବାର ରିଲାଏନ୍ସ ଜିଓ ଟେଲିକମ୍ ବଜାରରେ ହଙ୍ଗାମା ମଚାଇବା ପାଇଁ ଲଞ୍ଚ୍ କଲା ତାର ନୂଆ ହଲିଡେ ହଙ୍ଗାମା ଅଫର । ଏହା ପୂର୍ବରୁ କମ୍ପାନୀ ନିଜର ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଉପହାର ଆଣିଥିଲା କିନ୍ତୁ ବର୍ତ୍ତମାନ କମ୍ପାନୀ ପ୍ରି-ପେଡ୍ ଗ୍ରାହକଙ୍କ ପାଇଁ ଏହି ଉପହାର ଆଣିଦେଇଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୩୯୯ ଟଙ୍କାର ପ୍ଲାନ୍ ୨୯୯ ଟଙ୍କାରେ ଦିଆଯିବ । ଏହି ଅଫର୍ ୧ ଜୁନ୍ ରୁ ଆରମ୍ଭ ହୋଇ ୧୫ ଜୁନ୍ ପର୍ଯ୍ୟନ୍ତ ରହିବ । ଏହାର ଅର୍ଥ ୧ ରୁ ୧୫ ଜୁନ୍ ପର୍ଯ୍ୟନ୍ତ ଜିଓ ରିଚାର୍ଜ କରିବା ପ୍ଲାନ୍ ମେମ୍ବରଙ୍କୁ ବା ଗ୍ରାହକଙ୍କୁ ୩୯୯ ର ପ୍ଲାନ୍ ୨୯୯ ଟଙ୍କାରେ ଉପଲବ୍ଧି ହେବ । ଆସନ୍ତୁ ଏହି ଅଫର୍ ବିଷୟରେ ଅଧିକ ଜାଣିବା । କିଭଳି ମିଳିବ ୩୯୯ ଟଙ୍କାର ପ୍ଲାନ୍ ୨୯୯ ଟଙ୍କାରେ?
ରିଲାଏନ୍ସ ଜିଓ ତରଫରୁ ୩୯୯ ଟଙ୍କାର ପପୁଲାର ପ୍ଲାନରେ ୧୦୦ ଟଙ୍କାର କ୍ୟାସବାକ୍ ଦେବାକୁ ମଧ୍ୟ ଘୋଷଣା କରାଯାଇଛି । ଏବେ ଏହି ପ୍ଲାନ୍ ସମ୍ପୁର୍ଣ୍ଣ ରୂପେ ୨୯୯ ଟଙ୍କାର ରହିଛି । କ୍ୟାସବ୍ୟାକରେ ମିଳୁଥିବା ୧୦୦ ଟଙ୍କା ଗ୍ରାହକଙ୍କୁ ଦୁଇ ଭାଗରେ ମିଳିବ । ୫୦ ଟଙ୍କା ରିଚାର୍ଜ କୁପନ୍ ଏବଂ ଆଉ ୫୦ ଟଙ୍କା କ୍ୟାସ୍ ରୂପରେ ଆପଣଙ୍କୁ ମିଳିବ । ଏଥିପାଇଁ ଆପଣଙ୍କୁ ମାଇ ଜିଓ ଆପ୍ ଜରିଆରେ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡିବ ଏବଂ ପେମେଣ୍ଟ କରିବା ସମୟରେ ଏହାର ଚୟନ ଆପଣଙ୍କୁ ଫୋନରେ କରିବାକୁ ପଡିବ । ଯଦି ଆପଣ ଫୋନରେ ପେମେଣ୍ଟ କରୁନାହାନ୍ତି ତେବେ ଆପଣଙ୍କୁ ୫୦ ଟଙ୍କା କ୍ୟାସବ୍ୟାକ୍ ମିଳିବ । କିନ୍ତୁ ଯଦି ଆପଣ ଫୋନରେ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କୁ ୫୦ ଟଙ୍କାର କୁପନ୍ ମିଳିବା ସହ ୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ ।