ବିଭିନ୍ନ ରୋଗରୁ ଉପଶମ ଦିଏ ରସୁଣ । ଜାଣନ୍ତୁ ଏହାର ବିଭିନ୍ନ ଔଷଧୀୟ ଗୁଣ ବିଷୟରେ

76

ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ ବନାଇବାରେ ରସୁଣର ବ୍ୟବହାର କରାଯାଏ । ଯଦି ରାତିରେ ଶୋଇବା ସମୟରେ ରସୁଣ ପାଖୁଡାକୁ ତକିଆତଳେ ରଖାଯାଏ ତେବେ ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଉପଶମ ମିଳିଥାଏ । ଏଥିରେ ମହଜୁଦଥିବା ବୋଲୋଟାଇଲ ତେଲର ଗନ୍ଧ ନାକ ବାଟ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିବା ହେତୁ ଶରୀରକୁ ଫାଇଦା ମିଳିଥାଏ ।

ନ୍ୟାଶନାଲ ଇନଷ୍ଟିଟ୍ୟୁଟ ଅଫ ଆୟୁର୍ବେଦ ବିଶେଷଜ୍ଞ ଡା. ଗୋବିନ୍ଦ ପାରିକ ତକିଆ ତଳେ ରସୁଣ ରଖିବାଯୋଗୁଁ ମିଳୁଥିବା ଫାଇଦା ସମ୍ପର୍କରେ ମତ ଦେଇଛନ୍ତି ।

୧. ଥଣ୍ଡା- କାଶରସୁଣରେ ମହଜୁଦଥିବା ବୋଲେଟାଇଲ ତେଲର ଗନ୍ଧ ଶରୀରକୁ ଉଷ୍ମତା ପ୍ରଦାନ ଦିଏ । ଏହାଦ୍ୱାରା ସର୍ଦ୍ଦି-କାଶ ଜନିତ ସମସ୍ୟା ଦୂର ହୁଏ ।

୨. ନିଦ – ରସୁଣରୁ ନିର୍ଗତ ଗନ୍ଧଯୋଗୁଁ ରକ୍ତସଂଚାଳନ ସଠିକଭାବେ ହୁଏ ଏବଂ ଏଥିଯୋଗୁଁ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ ।

୩. ମୂର୍ଚ୍ଛା ରୋଗ – ରସୁଣ ଗନ୍ଧଯୋଗୁଁ ମୂର୍ଚ୍ଛାରୋଗ ସମସ୍ୟା ନିୟନ୍ତ୍ରଣ ହୋଇଥାଏ । ବାରମ୍ବାର ମୂର୍ଚ୍ଛାହେବା ବିପଦରୁ ମଧ୍ୟ ରକ୍ଷା ମିଳିଥାଏ ।

୪. ସୁସ୍ଥ ହୃଦୟ – ରସୁଣ ଗନ୍ଧରେ କୋଲେଷ୍ଟୋରଲ ସ୍ତରରେ ମଧ୍ୟ ନିୟନ୍ତ୍ରଣ ରହିଥାଏ । ଏହାଦ୍ୱାରା ହୃଦରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ ।

୫. ସୁସ୍ଥ ତ୍ୱଚା – ରସୁଣ ଗନ୍ଧରେ ଶରୀରରେ ଥିବା ଜୀବାଣୁ ନଷ୍ଟ ହୋଇଯା’ନ୍ତି । ଏହାଯୋଗୁଁ ଇନଫେକ୍ସନ, ବ୍ରଣ, କୁଣ୍ଡିଆ ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ ।