ଶ୍ରୀମନ୍ଦିରରେ ବ୍ୟବହୃତ ବଡ ଓ ସାନ ନଡିଆ ଦର ପାଇଁ ଶ୍ରୀମନ୍ଦିର ପ୍ରଶାସନର ଟେଣ୍ଡର ଆହ୍ୱାନ ! ୧୪ ତାରିଖ ସୁଦ୍ଧା ଆବେଦନ ପାଇଁ ପରାମର୍ଶ

18

କନକ ବ୍ୟୁରୋ : ଶ୍ରୀଜୀଉଙ୍କ ବିଭିନ୍ନ ପର୍ବ ପର୍ବାଣୀ ଓ ଦୈନନ୍ଦିନ ନୀତିରେ ବ୍ୟବହୃତ ହେଉଥିବା ବଡ ଓ ସାନ ନଡିଆ ଦର ପାଇଁ ଟେଣ୍ଡର ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ୧୪ ତାରିଖ ଶେଷ ତାରିଖ ଭାବେ ରଖାଯାଇଛି । ଇଚ୍ଛୁକ ବ୍ୟକ୍ତି ଓ ସଂସ୍ଥା ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ୫ ଶହ ଟଙ୍କା ଅମାନତ ଦାଖଲ ସହ ଆବଶ୍ୟକୀୟ ଫର୍ମ ପୂରଣ କରି ରେଜିଷ୍ଟ୍ରି ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇଯିବା ପାଇଁ କୁହାଯାଇଛି । ୧୫ ତାରିଖରେ ଏ ବାବାଦରେ କୋଟେସନ ଦାତା କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ନିଷ୍ପତି ଗ୍ରହଣ କରାଯିବ । ବଡ ପ୍ରଶ୍ନ ଉଠୁଛି, ଶ୍ରୀଜଗନ୍ନାଥଙ୍କ ନିଜସ୍ୱ ଜମିରୁ ନଡିଆ ଆସୁଥିବାବେଳେ ଟେଣ୍ଡର କାହିଁକି ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ ।