ବରଗଡ଼ର ମୃତ ଚାଷୀ ବୃନ୍ଦା ସାହୁଙ୍କୁ ମିଳିବନି କ୍ଷତିପୂରଣ ! ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କୃଷିମନ୍ତ୍ରୀଙ୍କ ବୟାନ

25

କନକ ବ୍ୟୁରୋ: ବରଗଡ଼ର ମୃତ ଚାଷୀ ବୃନ୍ଦାବନ ସାହୁଙ୍କୁ ମିଳିବନି କ୍ଷତିପୂରଣ । ଜମିରେ ଫସଲ ପୋଡି ଦେଇଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ନାହିଁ । ସେ ବୃନ୍ଦା ସହୁ ହୁଅନ୍ତୁ ବା ଅନ୍ୟ କେହି । ଏଭଳି ବୟାନ ଦେଇଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । ବରଗଡ଼ରେ ଚାଷୀର ଜମିରେ ଚକଡା ପୋକ ଲାଗି ଫସଲ ନଷ୍ଟ ବାବଦରେ ଜିଲ୍ଲାପାଳ ରିପୋର୍ଟ ଦେବା ପରେ ଏଭଳି ବୟାନ ରଖିଛନ୍ତି କୃଷିମନ୍ତ୍ରୀ ।

dama routସେ କହିଛନ୍ତି, ବରଗଡ଼ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ହେଲେ ରିପୋର୍ଟରେ ଚାଷୀ ଆତ୍ମହତ୍ୟା ନୁହେଁ, ଫସଲହାନୀ ବାବଦରେ ଉଲ୍ଲେଖ ରହିଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀ ଋଣ ପାଇଁ ଆତ୍ମହତ୍ୟା କରିନାହିଁ । ତେବେ ଜିଲ୍ଲାପଳଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ସଚିବାଳୟରେ ଏକ ବୈଠକ ବସିଛି । ଯେଉଥିରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସମେତ କୃଷି ଅଧିକାରୀ । ବରଗଡ଼ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ଜିଲ୍ଲାପାଳ । ୩ ଜଣିଆ ବିଶେଷଜ୍ଞ ଟିମର ତଦନ୍ତ ରିପୋର୍ଟ ଆଧାରରେ ସରକାରଙ୍କୁ ଜିଲ୍ଲାପାଳଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି ।

ଅନ୍ୟପଟେ, ବରଗଡ଼ ଚାଷୀ ନିଆଁ ଏବେ ପଶ୍ଚିମ ଓଡିଶା ସାରା ବ୍ୟାପିବାରେ ଲାଗିଛି । ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁର ଜଣେ ଚାଷୀ ନିଜ ଫସଲ ପୋଡି ଦେଇଛନ୍ତି । ବାଣ୍ଡିଗାଁର କେଶବ ପାଣିଗ୍ରାହୀ ୪ ଏକରର ଜମିର ଫସଲକୁ ଜାଳି ଦେଇଥିବା ଜଣାପଡିଛି । ଫସଲରେ ଚକଡା ପୋକ ଲାଗି ଥିବା ବେଳେ କୀଟ ନାଶକ ଓøଷଧ ପକାଇ ମଧ୍ୟ କିଛି ଫଳନଥିବାରୁ ଚାଷୀ ଫସଲ ପୋଡି ଦେଇଥିବା ସୂଚନା ମିଳିଛି ।