ରାଜ୍ୟସଭାକୁ ମନୋନୀତ ହେଲେ ରଘୁନାଥ ମହାପାତ୍ର ! ୨୦୧୪ରେ ନିର୍ବାଚନ ହାରିଥିଲେ, ୧୮ରେ ହେଲେ ମନୋନୀତ ।

49

ରାଜ୍ୟସଭାକୁ ମନୋନୀତ ହେଲେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ବିଶିଷ୍ଟ ବ୍ୟକ୍ତି । ସେମାନଙ୍କ ମଧ୍ୟରେ ପଦ୍ମବିଭୂଷଣ ପଥର ଶିଳ୍ପୀ ରଘୁନାଥ ମହାପାତ୍ର, ଏବଂ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ରହିଛନ୍ତି, କୃଷକନେତା ରାମ ସାକାଲ ଏବଂ ବିଶିଷ୍ଟ ସ୍ତମ୍ଭକାର ରାକେଶ ସିହ୍ନା । ଏହି ୪ ଜଣଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନୋନୀତ କରିଥିବା ନେଇ ସୁଚନା ମିଳିଛି ।

ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡିଶା ଗସ୍ତ ସମୟରେ “ସମ୍ପର୍କ ପାଇଁ ସମର୍ଥନ ‘ ଜରିଆରେ ଓଡିଶାର ବିଶିଷ୍ଟ ପଥର ଶିଳ୍ପୀଙ୍କୁ ସାକ୍ଷାତ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୨୦୧୪ ରେ ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ରଘୁନାଥ ମହାପାତ୍ର । ତେବେ ବର୍ତ୍ତମାନ ରାଜ୍ୟସଭା ପାଇଁ ଓଡିଶାରୁ ଏଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିବା ପଛରେ ପୂର୍ବ ଭାରତକୁ ବିଜେପି ଦଖଲ କରିବାରେ ସହାୟକ ହେବ ବୋଲି ଆଶଙ୍କା କରାଯାଉଛି ।

ବିଜେପିର ଚାଣକ୍ୟ ଅମିତ ଶାହଙ୍କ ଏଭଳି ଗୋଟି ଚାଳନା କେତେ ଫାଇଦା ବିଜେପିକୁ ଦେବ ତାହା ଆଗାମୀ ନିର୍ବାଚନ ହିଁ ପ୍ରମାଣିତ କରିବ । କିନ୍ତୁ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରାଇବା ନିଶ୍ଚିତ ଏକ ରାଜନୈତିକ ଦିଗରେ ବଡଧରଣର ବିପ୍ଳବ ଆଣିବା ସହ ଶାସକ ଦଳକୁ ଚେକମେଟ୍ ଦେବା ପାଇଁ, ଏଭଳି ରଣନୀତି ଆପଣାଇଛି ବିଜେପି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି ।