ଫେଲ୍ ମାରିଲା ଜନନୀ ଏକ୍ସପ୍ରେସ୍ । ଠିକ୍ ସମୟରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ପ୍ରସବ ଯନ୍ତ୍ରଣା ସହିନପାରି ଆଖି ବୁଜିଲେ ମହିଳା

75

କନକ ବ୍ୟୁରୋ: ଫେଲ୍ ମାରିଲା ଜନନୀ ଏକ୍ସପ୍ରେସ୍ । ୧୦୨ ଆମ୍ବୁଲାନ୍ସ ଠିକ ସମୟରେ ନ ପହଁଚିବାରୁ ଆଖି ବୁଜିଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ କାଂଶ ଗାଁରେ । ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗାଁର ସଂଜୟ ନାୟକ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୦୨ ଆମ୍ବୁଲାନ୍ସ ଆସି ନଥିଲା । ଏହାପରେ ସଂଜୟ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

 

ଘରେ ସଂଜୟଙ୍କ ସ୍ତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରାତି ପ୍ରାୟ ଗୋଟାଏ ବେଳେ ବାଲେଶ୍ୱରରୁ ୧୦୮ ଆମ୍ବୁଲାନ୍ସ ପହଁଚିଥିଲା ଓ ମହିଳାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରା ଯାଇଥିଲା । ତେବେ ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆମ୍ବୁଲାନ୍ସ ନ ଆସିବାରୁ ମହିଳାଙ୍କ ମୃତ୍ୟୁ ହେବା ପରେ ହସ୍ପିଟାଲ୍ରେ ଉତେଜନା ଦେଖାଦେଇଛି ।