ଆକ୍ସନ ମୋଡରେ ପଞ୍ଚାୟତିରାଜ ମନ୍ତ୍ରୀ ! ଅଚାନକ ବାଲିଅନ୍ତା ବ୍ଲକ ପରିଦର୍ଶନ କରିବା ସହ ବିଭିନ୍ନ ଫାଇଲପତ୍ର କଲେ ଯାଞ୍ଚ

37

କନକ ବ୍ୟୁରୋ : ଆକ୍ସନରେ ପଂଚାୟତିରାଜ ମନ୍ତ୍ରୀ । ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ଅଚାନକ ବାଲିଅନ୍ତା ବ୍ଲକ ପରିଦର୍ଶନ କରିଛନ୍ତି । ଏହାସହ ମନ୍ତ୍ରୀ ପଂଚାୟତର ବିଭିନ୍ନ ଫାଇଲପତ୍ର ଯାଂଚ ମଓ୍ୟ କରିଛନ୍ତି ।ବ୍ଲକରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ, ଇନ୍ଦିରା ଆବାସ ଓ ମୋ କୁଡିଆ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହୋଇଛି କି ନାହିଁ ସେ ନେଇ ବିଭିନ୍ନ ଫାଇଲ ଯାଞ୍ଚ କରିଛନ୍ତି । ଏହାପରେ ବାଲିପାଟଣା ବ୍ଲକ ଯିବେ ପ୍ରଦୀପ ମହାରଥୀ । ଗତ ସପ୍ତାହରେ ପ୍ରଦୀପ ମହାରଥୀ ଅଚାନକ ସତ୍ୟବାଦୀ ବ୍ଲକ ଗସ୍ତ କରି ବିଭିନ୍ନ ଫାଇଲପତ୍ର ଯାଂଚ କରିଥିଲେ ।