ଶେଷରେ ଚାଇଲଡ ହେଲ୍ପ ନମ୍ବରକୁ ବି ଛାଡିଲେନି ! ଆସିଲା ଅଶ୍ଲୀଳ କଲ୍,ବନ୍ଦ କରିବାକୁ ପଡିଲା ନମ୍ବର ।

51

ଛୋଟ ପିଲାଙ୍କ ସହ ହେଉଥିବା ଯୌନ ଅପରାଧକୁ କମ୍ କରିବା ପାଇଁ ଏବଂ ଏଭଳି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ସହାୟତା ନମ୍ବରରେ ଏବେ ଅଶ୍ଲୀଳ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଯାଇଛି । ଅଶ୍ଲୀଳ ଲୋକମାନେ ଶିଶୁ ସହାୟତା ନମ୍ବରରେ ଫୋନ୍ କରି ଯୌନସେବା ଯୋଗାଇଦେବା ପାଇଁ କହୁଛନ୍ତି । ଏମିତିରେ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିଆର) ର ବିନା ଦେୟ ମୁକ୍ତ ନମ୍ବରକୁ ଅସ୍ଥାୟୀ ରୁପରେ ବନ୍ଦ କରିବାକୁ ପଡିଛି ଏବଂ ଦେୟ ମୁକ୍ତ ସ୍ଥାନରେ ବେକଳ୍ପିକ ନମ୍ବରକୁ ଲଞ୍ଚ୍ କରାଯାଇଛି ।

ତେବେ ଏଥିରେ ଗ୍ରାହକଙ୍କୁ ଅସୁବିଧା ଉପୁଜିଥିବାରୁ ପୁଣି ଥରେ ଏହି ଟୋଲ୍ ଫ୍ରି ନମ୍ବରକୁ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି । ୨୦୧୬  ମସିହାରେ  ଏହି ହେଲ୍ପଲାଇନ୍  ନମ୍ବରକୁ ମହିଳା ତଥା ଶିଶୁ ବିକାଶ ମନ୍ତ୍ରାଳୟ ଆରମ୍ଭ କରିଥିଲେ । ଏହି ନମ୍ବରରେ ଲୋକମାନେ ଶିଶୁଙ୍କ ଉପରେ ହେଉଥିବା ଯୌନ ଅପରାଧକୁ ରୋକିବା ପାଇଁ ଅଭିଯୋଗ ବିରୁଦ୍ଧରେ ଏତଲା ଦେଉଥିଲେ । ତେବେ ଏହି ନମ୍ବରର ଲଞ୍ଚ୍ ହେବା ପରେ ୨ ବର୍ଷ ମଧ୍ୟରେ ଏଥିରେ ୧୦୪ ଟି କେସ୍ ସାମ୍ନାକୁ ଆସିଥିଲା । ତେବେ ଯୌନ ସଂବନ୍ଧୀୟ ବିଷୟକୁ ନେଇ ୨,୮୩୬ ଟି କଲ୍ ଆସିଛି । ତେବେ ଏନେଇ ପୋଲିସ୍ ଏବଂ ଏମଟିଏନଲରେ ମଧ୍ୟ ଅଭିଯୋଗ କରାଯାଇଛି ।

ତେବେ ଏଭଳି ମଧ୍ୟ କୁହାଯାଉଛି ଯେ ଇଣ୍ଟରନେଟ୍ ରେ ଲୋକମାନେ ପର୍ଣ୍ଣ ସାଇଟକୁ ଖୋଲି ଦେଖିବାକୁ ଚେଷ୍ଟା କରିଥିବେ କିନ୍ତୁ ଶିଶୁ ସହାୟତା କେନ୍ଦ୍ରର ଟୋଲ୍ ଫ୍ରି ନମ୍ବର ଆଗକୁ ଆସିଥିବ । ଏହି ଟୋଲ୍ ଫ୍ରି ନମ୍ବରକୁ ଦେଖି ଲୋକମାନେ ଫୋନ୍ କରି ଯୌନ ସମ୍ବନ୍ଧୀୟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।