ରୋଗୀଙ୍କୁ ଆଉ ଠକିପାରିବେ ନାହିଁ ଦୋକାନୀ : ଔଷଧ ଉପରେ ଲାଗିବ ବାରକୋର୍ଡ଼, ସ୍କାନ କରିବା ଦ୍ୱାରା ଜଣାପଡ଼ିବ ଔଷଧର ପ୍ରକୃତ ମୂଲ୍ୟ

24

ସୁରକ୍ଷିତ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ୍ ଭାରତ ପରେ କେନ୍ଦ୍ର ସରକାର ଦେଶର କୋଟି କୋଟି ଲୋକଙ୍କୁ ଖୁସି ଖବର ଦେବାପାଇଁ ଯାଉଛନ୍ତି । ସରକାର ଖୁବ ଶୀଘ୍ର ଫାର୍ମା ନୀତି ଲାଗୁ କରିବେ । ଯେଉଁଠି ରୋଗୀଙ୍କୁ ଗୁଣବତ୍ତା ନାମରେ ହେଉଥିବା ଶୋଷଣ ବା ଲୁଟକୁ ରୋକାଯାଇପାରିବ । ଏହାସହ ସବୁଠାରୁ ବଡ଼ କଥା ହେଲା ଔଷଧର ମୂଲ୍ୟ କମ୍ ହେବ । ସାଧାରଣତଃ ରୋଗୀଙ୍କୁ ଭଲ ଗୁଣବତ୍ତାର ଔଷଧ ଦେବାକୁ କହି  ଆଉ ମନଇଚ୍ଛା ଟଙ୍କା ଆଦାୟ କରିପାରିବେ ନାହିଁ ଦୋକାନୀ । ଏହି ଲୁଟକୁ ରୋକିବା ପାଇଁ ଓ ରୋଗୀଙ୍କୁ ଶସ୍ତାରେ ଚିକିତ୍ସା ଯୋଗାଇବା ପାଇଁ ସରକାର ନ୍ୟାସନାଲ ଫାର୍ମା ପଲିସି ଲାଗୁ କରିବା ପାଇଁ ଯାଉଛନ୍ତି ।  ଯୋଜନା ଅନୁସାରେ ସରକାର ବାରକୋର୍ଡ଼ ସିଷ୍ଟମ ଲାଗୁ କରିପାରନ୍ତି ।

ଔଷଧ ଉପରେ ଲାଗିବ ବାରକୋର୍ଡ଼ । ଯାହାକୁ ସ୍କାନ କରିବା ଦ୍ୱାରା ଔଷଧର ପ୍ରକୃତ ମୂଲ୍ୟ ଜଣାପଡ଼ିଯିବ । ଯଦ୍ୱାରା ରୋଗୀଙ୍କୁ ଆଉ ଠକିପାରିବେ ନାହିଁ ଦୋକାନୀ । ଏପରି ହେବାଦ୍ୱାରା ଦୋକାନୀ ୫ଟଙ୍କାର ଔଷଧକୁ ୧୦ କିମ୍ବା ୧୫ ଟଙ୍କାରେ ବିକ୍ରି କରିପାରିବେ ନାହିଁ । କିଛି ଦିନ ପୂର୍ବରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ସବୁଠାରୁ ବଡ଼ ଫାର୍ମା କନଫରେନ୍ସ, ଇଣ୍ଡିଆ ଫାର୍ମା ଓ ମେଡ଼ିକାଲ ଡିଭାଇସ୍ ୨୦୧୮ର ଉଦଘାଟନ ଅବସରରେ ଏକଥାର ପୃଷ୍ଟି କରାଯାଇଥିଲା । ସରକାର ଏହି ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି । ଖୁବ ଶୀଘ୍ୟ ଔଷଧର ମୂଲ୍ୟ କମ୍ ହେବା ସହ ମୂଲ୍ୟ ନିରୂପଣ କରୁଥିବା ନିୟମରେ ମଧ୍ୟ ପରିବର୍ତ୍ତନ ହେବ ।

medicine

ହାର୍ଟ ଅପରେସନ ପରୀକ୍ଷା ପରି ଅଙ୍ଗ ପ୍ରତିରୋପଣ ପରି ଅସ୍ତ୍ରୋପଚାର ସମୟରେ ରୋଗୀଙ୍କୁ ଶସ୍ତା ଉପକରଣ ମିଳିବ । ବିଗତ ତିନି ବର୍ଷରେ ସରକାର ଦେଶରେ ଔଷଧ ଶସ୍ତା କରୁଥିବା ଗ୍ରାଫକୁ ୪୦୦ରୁ ୧୧୦୦ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଏଥିରେ, ହୃଦରୋଗ, କର୍କଟ, ମଧୁମେହ, ଉଚ୍ଚ ରକ୍ତଚାପ ପରି ରୋଗ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅଟେ । ରୋଗୀ ସିଧା ସିଧା ଲାଭ ମିଳିବା ପାଇଁ ସରକାର ଚଳିତ ବର୍ଷ ୫୦୦ ପ୍ରକାର ଔଷଧକୁ ଶସ୍ତା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଲୋକଙ୍କୁ ସ୍ୱାସ୍ଥ୍ୟ ବୀମାର ସୁବିଧା ଖୁବ ଶୀଘ୍ର ଲପଲବ୍ଧ କରାଯିବ ।