ରାଜାଘରେ ଷଡଯନ୍ତ୍ର ! ରହସ୍ୟରେ ମିଶନ ସକସେସ୍ ପୋଷ୍ଟର୍

26

ପାରଳାଖେମୁଣ୍ଡି : ନିଜ ଉଆସରେ ପାରଳା ମହାରାଜା ସତରେ ନଜରବନ୍ଦୀ ଥିଲେ କି? ସୁସ୍ଥ ହେବା ପରେ ହୁଏତ ଏ ପ୍ରଶ୍ନର ଉତର ଦେଇପାରିବେ ନିଜେ ରାଜା । କାରଣ ନଜରବନ୍ଦୀରେ ରଖିଥିବା ନେଇ ଯାହା ବିରୋଧରେ ଏହି ସଂଗୀନ ଅଭିଯୋଗ ଆସିଥିଲା ସେମାନେ ସମସ୍ତେ ମୃତ । କୁହାଯାଉଛି, ଏହି ଗୁଜବରେ ଅତିଷ୍ଠ ହୋଇ ସେମାନେ ଆତ୍ମହତ୍ୟା କରିଛନ୍ତି । ତେବେ ନଜରବନ୍ଦୀର ଗୁଜବ କାହାଣୀ ପଛରେ ଲୁଚି ରହିଥିବା ରହସ୍ୟକୁ ଉନ୍ମୋଚନ କରିବାକୁ ଚେଷ୍ଟା ଜାରି ରଖିଛି କନକ ନ୍ୟୁଜ୍ । ଯାହା କୌଣସି ରହସ୍ୟମୟ ନାଟକଠାରୁ କିଛି କମ୍ ନୁହେଁ । ଆମେ ଏହି ଅନୁସନ୍ଧାନ କରିବାକୁ ବାଧ୍ୟ ହେଉଛି ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ବୟାନକୁ ନେଇ । କାରଣ ସେ ପ୍ରଥମ ଦିନ ହିଁ କହିଥିଲେ, ଏହା ପଛରେ ଅଛି ପାରିବାରିକ କଳହ ।