ସରକାରୀ ନିୟମକୁ ଉଲ୍ଲଘଂନ: ଖରାତାତିରେ କାମ କରୁଛନ୍ତି ଶ୍ରମିକ

42

ସରକାରୀ କାର୍ଯ୍ୟାଳୟରେ ସରକାରୀ ନିୟମକୁ ବେଖାତିର । ସରକାର କହିଛନ୍ତି ସକାଳ ୧୧ଟା ରୁ ୩ଟା ଯାଏଁ ଖରାରେ କାମ କରିବେନି ଶ୍ରମିକ । ହେଲେ ଟିକେ ଏହି ଭିଜୁଆଲକୁ ଦେଖନ୍ତୁ । ଏଠି କଣ ଚାଲିଛି, କାଂଥ ରଙ୍ଗ କରୁଛନ୍ତି ମହିଳା । ସାଢେ ୧୨ଟା ବେଳେ ୪୧ ଡିଗ୍ରୀ ତାତିରେ ଚାଲିଛି ରଙ୍ଗକାମ । ସିଡିରେ ଚଢି ୧୦ ଫୁଟ ଉଚ୍ଚର କାଂଥରେ ରଙ୍ଗ ଲଗାଉଛନ୍ତି ମହିଳା । ଏହା କୌଣସି ଘରୋଇ କୋଠାବାଡି ନୁହେଁ ଏଭଳି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବଜେଲର , ଏହି ଭିଜୁଆଲରୁ ହିଁ ଅନୁମାନ କରି ହୁଏ ସରକାରୀ କାର୍ଯ୍ୟାଳୟରେ କିଭଳି କାର୍ଯ୍ୟକାରୀ ହେଉଛି ସରକାରୀ ନିଦେ୍ର୍ଦଶନାମା । ତେବେ ପେଟ ପାଇଁ ଶ୍ରମିକମାନେ କାମ କରୁଥିବା ବେଳେ କାମ କରାଉଥିବା ଅଧିକାରୀ ଓ ଠିକାଦାର ଏଥିପାଇଁ ଦାୟୀ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ।