ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ର୍ଦୁବ୍ୟବହାର ଅଭିଯୋଗ ! ହୋଟେଲ ରୁମରେ ପଶି କଂଗ୍ରେସ ନେତା ଗାଳିଗୁଲଜ କରିଥିବା ଅଭିଯୋଗ

46

କନକ ବ୍ୟୁରୋ : ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ର୍ଦୁବ୍ୟବହାର ଅଭିଯୋଗ । କଂଗ୍ରେସ ନେତା ଅଧୀରାଜ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ର୍ଦୁବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଶ୍ରୀମୟୀ । ଖରିଆର ରୋଡର ଏକ ହୋଟେଲରେ ପଶି ତାଙ୍କୁ ଗାଳି ଗୁଲଜ କରିବା ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ବିଜେଡି ପକ୍ଷରୁ ଏନେଇ ଥାନା ଘେରାଉ କରାଯାଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି । ଓଡିଶା ଶିଶୁ ଓ ମହିଳା ନିଗମର ଅଧ୍ୟକ୍ଷା ଅଛନ୍ତି ଶ୍ରୀମୟୀ ମିଶ୍ର । ସେ ଏକ ହୋଟେଲରେ ଥିବା ବେଳେ କଂଗ୍ରେସ ନେତା କିଛି ସମର୍ଥକଙ୍କ ପଶି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।