ଆତଙ୍କବାଦ ଛବି ସୁଧାରିବାକୁ ପାକିସ୍ତାନର ନୂଆ ଷଡଯନ୍ତ୍ର । ଲାହୋର ହାଇକୋର୍ଟରେ ଜମାତ୍ ଉଦ୍ ଦୱାର ପିଟିସନ୍, ହାଫିଜକୁ କୋର୍ଟ ଘୋଷଣା କରନ୍ତୁ ଦୋଷମୁକ୍ତ

ଲାହୋର ହାଇକୋର୍ଟରେ ଏପରି ଏକ ପିଟିସନ୍ ଦାଖଲ କରାଯାଇଛି ଲସ୍କର ଇ ତୋଇବା, ଜମାଦ୍ ଉଦ ଦୱା ଆତଙ୍କୀ ସଂଗଠନର ମୁଖିଆ ହାଫିଜ୍ ସୟିଦ ପକ୍ଷରୁ ।

114

କନକ ବ୍ୟୁରୋ: ଆତଙ୍କବାଦ ଛାପ ହଟେଇବାକୁ ପାକିସ୍ତାନର ନୂଆ ଚାଲ୍ । ମୁମ୍ୱାଇ ଆକ୍ରମଣ ମାମଲାରେ ସଂପୃକ୍ତ ନୁହଁ ହାଫିଜ୍ ସୟିଦ । ତା ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଅମୂଳକ । ଲାହୋର ହାଇକୋର୍ଟରେ ଏପରି ଏକ ପିଟିସନ୍ ଦାଖଲ କରାଯାଇଛି ।

ଲାହୋର ହାଇକୋର୍ଟରେ ଏପରି ଏକ ପିଟିସନ୍ ଦାଖଲ କରାଯାଇଛି ଲସ୍କର ଇ ତୋଇବା, ଜମାଦ୍ ଉଦ ଦୱା ଆତଙ୍କୀ ସଂଗଠନର ମୁଖିଆ ହାଫିଜ୍ ସୟିଦ ପକ୍ଷରୁ । ଶୁକ୍ରବାର ଲାହୋର ହାଇକୋର୍ଟରେ ପିଟିସନ୍ ଦାଖଲ ସହିତ ସମସ୍ତ ଅଭିଯୋଗକୁ ଚ୍ୟାଲେଂଜ କରିଛି ହାଫିଜ୍ । ହାଫିଜ୍ ସୟିଦ୍ ସହିତ ତାର ସହଯୋଗୀ ଅମିର ହାମଜା, ଅବଦୂର ରେହମାନ୍ ମକ୍କି, ଏମ୍ ୟାହିଆ ଅଜିଜ୍ ଏବଂ ଅନ୍ୟ ୪ ଜଣ ମଧ୍ୟ ଲାହୋର ହାଇକୋର୍ଟରେ ପିଟିସନ୍ ଦାଖଲ କରି ନିଜକୁ ନିର୍ଦୋଷ ବୋଲି କହିଛନ୍ତି । କେବଳ ସେତିକି ନୁହଁ ହାଫିଜ୍ ସୟିଦର ଲସ୍କର ଇ ତୈଇବା , ଅଲ କଏଦା କିମ୍ୱା ଏପରି କୌଣସି ସଂଗଠନ ସହିତ ସଂପର୍କ ନାହିଁ । ଭାରତ ଯେଉଁ ମୁମ୍ୱାଇ ଆକ୍ରମଣରେ ହାଫିଜ୍ ସୟିଦକୁ ମାଷ୍ଟରମାଇଁଣ୍ଡ ବୋଲି ଅଭିଯୁକ୍ତ ଦର୍ଶାଇଛି ତାହା ମିଛ ବୋଲି କୁହାଯାଇଛି ପିଟିସନରେ । ଗତ ମାସରେ ପାକିସ୍ତାନର ପଂଜାବ ପ୍ରୋଭିନ୍ସ ସରକାର ଆତଙ୍କବାଦ ବିରୋଧରେ ବଡ ପଦକ୍ଷେପ ନେବାକୁ ଯାଇ ଜମାଦ୍ ଉଦ୍ ଦୱା ବିରୋଧରେ ୨୩ଟି ଓ ୧୨ ଜଣ ସହ ଯୋଗୀଙ୍କ ବିରୋଧରେ ୫ଟି ଟ୍ରଷ୍ଟର ଟଙ୍କାକୁ ଆତଙ୍କବାଦୀ କାର୍ଯ୍ୟରେ ଲଗାଇବା ଅଭିଯୋଗ ଆଣି ମାମଲା ରୁଜ୍ଜୁ କରିଥିଲା । ଆଣ୍ଟି ଟେରରିଜିମ୍ ଆକ୍ଟ ଅନୁସାରେ ଏହି ମାମଲା ସବୁ ଜମାଦ୍ ଉଦ୍ ଦୱା, ଏଲଇଟି, ଫଲାହଇ ଇନସାନିୟତ୍ ଫାଉଣ୍ଡେସନ୍ ବିରୋଧରେ ରୁଜ୍ଜୁ କରାଯାଇଥିଲା । ଗତବର୍ଷ ଠାରୁ ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଦେବା କାରଣରୁ ପାକିସ୍ତାନକୁ ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ ଗ୍ରେ ଲିଷ୍ଟରେ ରଖିଛି । ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରି ଏହି ଗ୍ରେ-ଲିଷ୍ଟରୁ ବାହାରକୁ ଆସିବାକୁ ସମୟ ଦେଇଛି ଏଫଏଟିଏଫ୍ ।