ପୁଣି ଟ୍ରୋଲର ଶିକାର ହେଲେ ବିବେକ ! ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ପରାଜୟ ପରେ କ୍ରିକେଟ୍ ପ୍ରେମୀଙ୍କ ମଜା ଉଡାଇଲେ ଏହି ଅଭିନେତା

388

ସିନେମାରୁ ଅଧିକ ନିଜ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା ବିବେକ ଓବରଏ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଥର ମଧ୍ୟ ସେ ଏକ ସୋସିଆଲ୍ ମିଡିଆ ଟ୍ରୋଲର ଶିକାର ହୋଇଛନ୍ତି । ଶୁକ୍ରବାର ବିବେକ ବିଶ୍ୱକପ୍ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ର ପରାଜୟକୁ ନେଇ ଏକ ପୋଷ୍ଟ୍ କରିଥିଲେ । ଯେଉଁଥିରେ କ୍ରିକେଟ୍ ପ୍ରଶଂସକ ବିବେକଙ୍କ ଉପରେ ଖପ୍ପା ହୋଇଛନ୍ତି ଏବଂ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ବିବେକ ଏକ ଭିଡିଓ ସେୟାର୍ କରି କ୍ୟାପ୍ସନ୍ ରେ କ୍ରିକେଟ୍ ପ୍ରଶଂସକଙ୍କ ମଜା ଉଡାଇଥିଲେ । ୟୁଜର୍ସ ମଧ୍ୟ ବିବେକଙ୍କୁ ତାଙ୍କ ପ୍ରତିକ୍ରିୟା ଜଣାଇ ଖୁବ୍ ଟ୍ରୋଲ୍ କରିଛନ୍ତି । କ୍ୟାରିୟରରୁ ଆରମ୍ଭ କରି ପ୍ରେମ ସଂପର୍କ ପର୍ଯ୍ୟନ୍ତ ସବୁକୁ ନେଇ ବିବେକଙ୍କୁ ଟ୍ରୋଲ୍ କରିଛନ୍ତି କ୍ରିକେଟ୍ ପ୍ରେମୀ ।

 

ଏହା ପୂର୍ବରୁ ସେ ଅଭନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନ୍ ଙ୍କୁ ନେଇ ଏକ ଫଟୋ ସେୟାର୍ କରି ଟ୍ରୋଲର ଶିକାର ହୋଇଥିଲେ ।