‘ପଦ୍ମାବତୀ’ ସମର୍ଥନରେ ଫିଲ୍ମ ଇଣ୍ଡଷ୍ଟ୍ରୀ ! ରବିବାର ଦିନ ‘ବ୍ଲାକ ଆଉଟ’ ପାଳିବାକୁ ଯୋଜନା

29

ସଂଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ “ପଦ୍ମାବତୀ” ଚଳଚିତ୍ରର ରିଲିଜକୁ ନେଇ ହେଉଥିବା ବିରୋଧ ମଧ୍ୟରେ ‘ଇଣ୍ଡିଆନ ଫିଲ୍ମସ ଆଣ୍ଡ ଟିଭି ଡାଇରେକ୍ଟର୍ସ ଆସୋସିଏସନ’(ଆଇଏଫଟିଡିଏ) ଫିଲ୍ମ ଏବଂ ଟେଲଭିଜନ ଇଣ୍ଡଷ୍ଟ୍ରୀ ଆଗକୁ ବାହାରିଛି । ୨୦ଟି ଅନ୍ୟ ସଂସ୍ଥା ସହ ମିଶି ଚଳଚିତ୍ରକୁ ସମର୍ଥନ କରିବାଲାଗି ଏବଂ “ବ୍ୟକ୍ତିଗତ ରଚନାତ୍ମକ ଏବଂ ଅଭିବ୍ୟକ୍ତିଙ୍କ ସ୍ୱାଧୀନତା ସୁରକ୍ଷା ସକାଶେ” ୧୫ମିନିଟ୍ ପାଇଁ ‘ବ୍ଲାକ ଆଉଟ’ର ଯୋଜନା କରିଛି । ଆଉ ୨୬ ନଭେମ୍ବରରେ ଏହା କରିବାକୁ ଯୋଜନା ହୋଇଛି ।

‘ଆଇଏଫଟିଡିଏ’ର ଅଶୋକ ପଣ୍ଡିତ ଏହି ଯୋଜନାକୁ ଦୃଷ୍ଟିରେ ରଖି ଆଇଏଏନଏସକୁ କହିଛନ୍ତି, “ଆମେ ପଦ୍ମାବତୀ ଏବଂ ଏସଏଲବିକୁ ନିଜର ସମର୍ଥନ ଦେବା ଜାରି ରଖିବୁ । କାରଣ ନିଜ ହିସାବରେ କାହାଣୀ ରଚନା କରିବା ସାଧାରଣ ଲୋକର ଅଧିକାର ଅଟେ ।” ସେ କହିଛନ୍ତି “ସଂଜୟ ଜଣେ ଦାୟିତ୍ୱବାନ ନିର୍ଦ୍ଦେଶକ ଅଟନ୍ତି ଏବଂ ଇତିହାସ ସମ୍ବନ୍ଧିତ ଚଳଚିତ୍ର ପ୍ରସ୍ତୁତ କରିବା ସହଜ କାର୍ଯ୍ୟ ନୁହେଁ, ଏହା ଏକ ଗୁରୁ ଦାୟିତ୍ୱ । ଫିଲ୍ମ ସହ ଆମର ଏକତା ଏବଂ ସମର୍ଥନ ଦେଖାଇବା ଲାଗି ରବିବାର ଦିନ ୧୫ମିନିଟ ‘ବ୍ଲାକ ଆଉଟ’ପାଇଁ ଏକତ୍ରିତ ହେବୁ, ସେ ସମୟରେ ମୁମ୍ବାଇରେ ସମସ୍ତ ସୁଟିଂ ସଂସ୍ଥାର ଆଲୋକ ଲିଭାଇ ଦିଆଯିବ ଏବଂ ସୁଟିଂ ହେବ ନାହିଁ ।”

ପଦ୍ମାବତୀ ଚଳଚିତ୍ରରେ ଆଲ୍ଲାଉଦ୍ଦିନ ଖିଲଜି ଏବଂ ପଦ୍ମାବତୀଙ୍କର କିଛି ଅନ୍ତରଂଗ ଦୃଶ୍ୟ ଥିବାକୁ ନେଇ ରାଜପୁତ ମାନେ ଏହାକୁ ବିରୋଧ କରିଛନ୍ତି । ଏହି ବିବାଦ ଦିନକୁଦିନ ଭୟଙ୍କର ରୂପ ନେଉଛି । ଏହା ବିରୁଦ୍ଧରେ ଯାଇ ଫିଲ୍ମ ଏବଂ ଟେଲିଭିଜନର ସମସ୍ତ ସଂସ୍ଥା ଏକ ଛୋଟ ପ୍ରୟାସ ଜାରି କରିଛନ୍ତି ।  ‘ମେଁ ଆଜାଦ ହୁଁ’ନାମକ ବ୍ଲାକ ଆଉଟ ବିରୁଦ୍ଧ ପ୍ରଦର୍ଶନରେ ୨୬ନଭେମ୍ବରକୁ ଫିଲ୍ମ ଏବଂ ଟେଲିଭିଜନର ସମସ୍ତ ସଂସ୍ଥାର ସଦସ୍ୟ ସାମିଲ ହେବେ । ମଧ୍ୟାହ୍ନ ୩.୩୦ସମୟରେ ଫିଲ୍ମ ସିଟିର ମୁଖ୍ୟ ପ୍ରବେଶ ଦ୍ୱାରରେ ଏହାର ଆୟୋଜନ ହେବ ।