ଏଆଇଏଡିଏମକେରେ ବିଦ୍ରୋହ ବିଗୁଲ୍ ! ଶଶିକଳାଙ୍କ ବିରୋଧରେ ବୟାନ ପରେ କୋଷାଧ୍ୟକ୍ଷ ପଦରୁ ହଟିଲେ ପନିରସେଲଭମ୍

23

କନକ ବ୍ୟୁରୋ: ତାମିଲନାଡୁ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । କୋଷାଧ୍ୟକ୍ଷ ପଦରୁ ହଟିଲେ ପନିରସେଲଭମ୍ । ଶଶିକଳାଙ୍କ ଶପଥଗ୍ରହଣ ନେଇ ସସପେନ୍ସ ଲାଗି ରହିଥିବାବେଳେ ଗତକାଲି ସନ୍ଧ୍ୟାରେ ଜୟଲଳିତାଙ୍କ ସମାଧିସ୍ଥଳରେ ଧ୍ୟାନମୁଦ୍ରାରେ ବସିଥିଲେ ପନିରସେଲଭମ୍ । ପ୍ରାୟ ଅଧଘଂଟା ଧରି ବସିବା ପରେ ଜୟଲଳିତାଙ୍କ ଆତ୍ମା ତାଙ୍କ ସହ କଥା ହୋଇଥିବା ଗଣମାଧ୍ୟମକୁ କହିଥିଲେ ।

ପନିରସେଲଭମ୍ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ । କିନ୍ତୁ ଆମ୍ମା ହସ୍ପିଟାଲରେ ଥିବା ବେଳେ ଦଳ ଆଉ ସରକାରକୁ ବଂଚାଇବା ପାଇଁ ତାଙ୍କୁ ପଦ ସମ୍ଭାଳିବାକୁ କହିଥିଲେ । ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କ ମାର୍ଗଦର୍ଶନ ଅନୁଯାୟୀ ସେ ସମସ୍ତ ପରିସ୍ଥିତିକୁ ସଭାଳିଥିଲେ । କିନ୍ତୁ ଶଶିକଳା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରଥମେ ତାଙ୍କୁ କହିଥିଲେ ବୋଲି ସୂଚନା ଦେଇଛନ୍ତି ପନିରସେଲଭମ୍ ।

ସେପଟେ ଶଶିକଳା ମୁଖ୍ୟମନ୍ତ୍ରୀ ହେବାକୁ ବିରୋଧ କରିଛନ୍ତି ଜୟଲଳିତାଙ୍କ ଝିଆରୀ ଦୀପା ଜୟକୁମାର । ଦୀପା କହିଛନ୍ତି ଯେ ଜଣଙ୍କ ସହ ୩୩ ବର୍ଷ ରହିଗଲେ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ଅର୍ଜନ ହୋଇନଥାଏ । ଦୀପା ପୁଣିଥରେ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଶଶୀକଳାଙ୍କୁ ନେଇ ଭୟଭୀତ ନୁହଁନ୍ତି । ସେହିପରି ଆସନ୍ତା ଫେବୃୟାରୀ ୨୪ ତାରିଖରେ ସେ ତାଙ୍କ ନିର୍ବାଚନ ଯୋଜନା ବିଷୟରେ ଘୋଷଣା କରିବେ ବୋଲି ଦୀପା ସ୍ପଷ୍ଟ କରିଛନ୍ତି ।