ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ପ୍ରାର୍ଥୀ ଚୟନ ପାଇଁ ବିରୋଧୀ ଦଳର ବସିଲା ବୈଠକ

31

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ସରଗରମ ହୋଇଛି ରାଜନୀତି । ଆଜି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଆହ୍ୱାନରେ ୧୭ଟି ବିରୋଧୀ ଦଳର ନେତା ଏକାଠି ହୋଇଛନ୍ତି । ତେବେ ଶାସକ ଏନଡିଏର, ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିରୋଧୀ ଦଳ ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।

ଅନ୍ୟପଟେ ଏନଡିଏର ଏକ ପ୍ରତିନିଧି ଦଳ ଆସନ୍ତା ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବାମ ଦଳ ନେତା ସୀତାରାମ ୟେଚୁରୀଙ୍କୁ ଅଲଗା ଅଲଗା ଭେଟିବାର କାର୍ଯ୍ୟକ୍ରମ ରହିଛି । ଏପଟେ ସହମତି ଭିତିରେ ରାଷ୍ଟ୍ରପତି ଚୟନ କରିବା ପାଇଁ ଏନଡିଏ ଉଦ୍ୟମ କରିବ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ସମସ୍ତ ଜାତୀୟ ସ୍ତରର ବିରୋଧୀ ଦଳ ନେତାଙ୍କୁ ସୋନିଆ ଗାନ୍ଧି ମଧ୍ୟାହ୍ନ ଭୋଜନ ପାଇଁ ଡାକି ଆଲୋଚନା କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ରଣନୀତି ପାଇଁ ଏକ ୯ ଜଣିଆ କମିଟି ଗଠନ କରାଯାଇଥିଲା । ଆଦିବାସୀ ନେତ୍ରୀ ଦ୍ରୋ÷÷ପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ଚର୍ଚା ହେଉଥିବା ବେଳେ ଏହାକୁ ନେଇ ରାଜ୍ୟ ନେତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।