ଅନ୍ଧବିଶ୍ୱାସରର ବଶବର୍ତ୍ତୀ ହୋଇ ଯାଆଁଳା ଶିଶୁଙ୍କୁ ଚେଙ୍କ: ଶିଶୁ କନ୍ୟାର ମୃତ୍ୟୁ, ଗୁରୁତର ଅବସ୍ଥାରେ ଶିଶୁପୁତ୍ର ମେଡିକାଲରେ ଭର୍ତ୍ତି

32

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡାର ବାରଖମାରେ ଘଟିଛି ଅଭାବନୀୟ ଘଟଣା । ବାରଖମାର ତୋଟାସାହିରେ ଚେଙ୍କ ଦିଆଯିବା ଫଳରେ ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ଶିଶୁପୁତ୍ର ଗୁରୁତର ଆହତ ହୋଇ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ତୋଟାସାହିର ନବୀନ ଦିଗାଳଙ୍କ ୮ ମାସର ଯାଅାଁଳା ପୁଅ ଓ ଝିଅଙ୍କୁ ଝାଡା ଓ ପେଟବ୍ୟଥା ହେଉଥିବାରୁ ସ୍ଥାନୀୟ ମୁଣ୍ଡାସାହିର ଜଣେ ଦିଶାରୀ ଏହି ଦୁଇ ଶିଶୁଙ୍କୁ ଚେଙ୍କ ଦେଇଥିଲା । ଯାହା ଫଳରେ ଚେଙ୍କ ଦେବାର କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ଶିଶୁ ପୁତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଛି ।