ହାରି ନାହାଁନ୍ତି ହରିପ୍ରିୟା

42

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସକାଳ ପାହିଲେ ଯେଉଁ ଘରକୁ ଭୋକ ଡରାଏ, ସେ ଘର ଆଗରେ ଆଜି ଗଣମାଧ୍ୟମର କ୍ୟାମେରା । କାରଣ ସେ ଘରେ ରୁହନ୍ତି ହାରି ନଥିବା ହରିପ୍ରିୟା । ଯାହାଙ୍କ ମେଧା ଶକ୍ତି ଛିଣ୍ଡାଇ ପାରିଛି ଅଭାବିର ମାୟାଜାଲକୁ । ଆଉ ପ୍ରଥମ ଚେଷ୍ଟାରେ ସେ ବନି ଯାଇଛନ୍ତି ଓଜେଇଇର ତିନିଟି ପାଠ୍ୟକ୍ରମର ଟପ୍ପର । ଏକାଥରକେ ଆୟୁର୍ବେଦ, ହୋମିଓପାଥି ଓ ଫାର୍ମାସିରେ ସେ ରହିଛନ୍ତି ରାଜ୍ୟର ପ୍ରଥମ ସ୍ଥାନରେ । ପାଠ ପଢିବାର ନିଶା ଓ ଅଧ୍ୟବସାୟ ଆଗରେ ଯେମିତି ହାର ମାନିଛି ଦାରିଦ୍ର୍ୟ । ଆଉ ଅର୍ଥାଭାବ ବେଡି ପକାଇ ପାରିନି ତାଙ୍କ ଗୋଡରେ  ।

haripriyaସମ୍ବଲପୁର ଜିଲ୍ଲା ଜମାଦାରପାଲି ଧୂମାପଡାର ଚାଷୀ ଘରର ଝିଅ ହରିପ୍ରିୟା । ଗାଁ ପ୍ରାଥମିକ ସ୍କୁଲରେ ପଢୁଥିବା ବେଳେ ତାଙ୍କୁ ଆତ୍ମବିଶ୍ୱାସ ଦିଏ ନବୋଦୟ ସ୍କୁଲର ଟିକେଟ । ପ୍ରତି କ୍ଲାସରେ ସେ ଦେଖାନ୍ତି ଚମକ୍ । ଆଉ ପ୍ଲସ ଟୁ ବିଜ୍ଞାନରେ ହରିପ୍ରିୟା ଭଳ ନମ୍ବର ରଖିବା ପାସ୍ କରିବା ପରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ତାଙ୍କୁ ମାଗଣାରେ କୋଚିଂ ଦେବାକୁ ଆଗେଇ ଆସେ । ଏହା ସହ ଆହୁରି ବଢିଯାଏ ଆତ୍ମବିଶ୍ୱାସ ।

ତେବେ ଓଜେଇଇର ଏ ସଫଳତା ସନ୍ତୁଷ୍ଟ କରି ପାରି ନାହିଁ ହରିପ୍ରିୟାଙ୍କୁ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିବା ହରିପ୍ରିୟାଙ୍କ ଟାର୍ଗେଟରେ ଏବେ ଏଆଇପିଏମଟି