ଓଡିଶାରେ ଆନ୍ଧ୍ରର ଅନୁପ୍ରବେଶ । କୋରାପୁଟ କୁଟିଆ ପଂଚାୟତର ବିବାଦୀୟ ୨୧ଟି ଗାଁରେ ଆନ୍ଧ୍ରପ୍ରଦେଶ ବାଂଟିଲା କମ୍ବଳ ଓ ଭତ୍ତା

41

କନକ ବ୍ୟୁରୋ: ଓଡିଶାରେ ଆନ୍ଧ୍ରର ଅନୁପ୍ରବେଶ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁଟିଆ ପଂଚାୟତର ୨୧ଟି ଗାଁରେ ଆନ୍ଧ୍ର ପ୍ରଦେଶ ତାହାର ଦବଦବା ଜାହିର କରିଛି । ଏହି ବିବାଦୀୟ ଅଂଚଳରେ ବିଜୟନଗର ଜିଲ୍ଲାର ଜିଲ୍ଲାପାଳ, ପିଡି, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ପୂର୍ବତନ ବିଧାୟକ ପ୍ରମୁଖ ପହଂଚି ଜନ୍ମଭୂମି କାର୍ଯ୍ୟକ୍ରମ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତଳଗେଂଜଇପଦରରେ କମ୍ବଳ, ପଲିଥିନ, ସୋଲାର ଲାଇଟ, ଜବକାର୍ଡ, ବାର୍ଦ୍ଧିକ ଭତା ଆଦି ବାଂଟିଥିବା ଜଣାପଡିଛି । ଉପରସିମିଠାରେ ଅଧା ରହିଥିବା ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଜନ୍ମଭୂମି କାର୍ଯ୍ୟକ୍ରମ ସଂପର୍କରେ ତେଲୁଗୁ ଭାଷାରେ ପୋଷ୍ଟର ମଧ୍ୟ ପ୍ରଦାନ କରିଥିଲେ ।

 

 

ଆନ୍ଧ୍ର ପ୍ରଶାସନ କୋଟିଆ ପଂଚାୟତରେ ପ୍ରବେଶ କଲା ପରେ କୋରାପୁଟ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ ଓ ଅନ୍ୟାନ୍ୟ ଅଧିକାରୀମାନେ ତଳଗଂଜେଇପଦରରେ ପହଂଚି ଓଡିଶା ସରକାର ଅଂଚଳର ବିକାଶ କରୁଛି ଓ ଯାହା ସମସ୍ୟା ଅଛି ତାହା ସମାଧାନ କରାଯିବ ବୋଲି ବୁଝାଇଥିଲେ । ଆନ୍ଧ୍ର ସରକାରର ତଲଗଂଜେଇପଦର ଏକ ପଂଚାୟତ ରୂପେ  ଗଠନ କରାଯାଇ ସରପଂଚ ନିର୍ବାଚନ ମଧ୍ୟ କରାଯାଉଛି । ସୁପ୍ରିମକୋର୍ଟ ଓଡିଶା ଓ ଆନ୍ଧ୍ର ରାଜ୍ୟ ସରକାରଙ୍କୁ ସ୍ଥିତ ଅବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କିପରି ଆନ୍ଧ୍ର ସରକାର ପହଂଚି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ କରୁଛି ଓ ଓଡିଶା ସରକାର କାହିଁକି ଚୁପ ବସିଛି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ସେପଟେ ରାଜ୍ୟସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ରାଜଞର ସୀମା ବିବାଦ ପାଇଁ ଗୃହ କମିଟି ରହିଛି ।  ବାଚସ୍ପତିଙ୍କ ଅଧୀନରେ ଗୃହ କମିଟି ରହିଛି ।  ଆନ୍ଦ୍ର ପ୍ରସଙ୍ଗକୁ ଗୃହ କମିଟି ଅନୁଧ୍ୟାନ କରୁଛି । ଖୁବ ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ପରେ ପଦକ୍ଷେପ ନିଆଯିବ  ବୋଲି ମହେଶ୍ୱର ମହାନ୍ତି କହିଛନ୍ତି ।