ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ! ଭୁବନେଶ୍ୱରରେ ପାସ୍ ହାର ୯୨.୧୫

33

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଭୁବନେଶ୍ୱର, ଦିଲ୍ଲୀ, ତ୍ରିଭେନ୍ଦ୍ରମ୍, ଚେନ୍ନାଇ, ଡେରାଡୁନ୍, ଆହ୍ଲାବାଦ ଜୋନରୁ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ଭୁବନେଶ୍ୱରରେ ପାସ୍ ହାର ରହିଛି ୯୨.୧୫ । ସେହିପରି ତ୍ରିଭେନ୍ଦ୍ରମରେ ପାସ୍ ହାର ୯୯.୮୫ ରହିଥିବା ବେଳେ ଚେନ୍ନାଇରେ ପାସ ହାର ରହିଛି ୯୯.୬୨ ପ୍ରତିଶତ ।

ଚଳିତବର୍ଷ ସାରା ଦେଶରେ ୧୬ ଲକ୍ଷ ୬୭ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୭୩ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । କେବଳ ଓଡିଶାରୁ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ହଜାର ୨୯୬ ଜଣ ବୋର୍ଡ ବେସଡ ଓ ୫ ହଜାର ୭୯୪ ଜଣ ସ୍କୁଲ ବେସଡ ଛାତ୍ରଛାତ୍ରୀ ଅଛନ୍ତି ।