ଖାତା ଖୋଲିବା ପାଇଁ ବ୍ୟାଙ୍କକୁ ଦୌଡିବା ପାଇଁ ପଡିବ ନାହିଁ ! ମୋବାଇଲ ଫୋନରେ ନିଜେ ଖୋଲନ୍ତୁ ଖାତା

51

ସ୍ମାର୍ଟଫୋନର ବ୍ୟବହାର ଯେପରି ଦୃତ ଗତିରେ ବଢୁଛି, ଏହାକୁ ନଜରରେ ରଖି ବ୍ୟାଙ୍କ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି : ଡିଜିଟାଲ ବ୍ୟାଙ୍କ ଖାତା । ଏହି ଖାତା ଆପଣ ସ୍ମାର୍ଟଫୋନରେ ଆପ ଜରିଆରେ ଖୋଲିପାରିବେ ଏବଂ ଏଥିପାଁଇ ଆପଣଙ୍କୁ ବ୍ୟାଙ୍କର ଶାଖାକୁ ଯିବାକୁ ପଡିବ ନାହିଁ । ଆପଣ ଏହି ଡିଜିଟାଲ ଖାତା ଦ୍ୱାରା ନେଣଦେଣ ସହ ଅନଲାଇନ କିଣାକିଣି କରିପାରିବେ । ଏହି ଆରମ୍ଭ କରିବା ବହୁତ ସହଜ । କେବଳ ଆପଙ୍କୁ ପ୍ୟାନ ନମ୍ବର ଓ ଆଧାର ନମ୍ବର ସାହାଯ୍ୟରେ କେୱାଇସିର ଔପଚାରିକତା ପୁରା କରିବାକୁ ପଡିବ ଏବଂ ଖାତା ଖୋଲିଯିବ । ଆସନ୍ତୁ ଜାଣିବା ଡିଚିଟାଲ ବ୍ୟାଙ୍କର ସବୁ ଦୃଷ୍ଟିକୋଣ ।

ନ୍ୟୁନତମ ବାଲାନ୍ସ- ଡିଜିଟାଲ ବ୍ୟାଙ୍କ ଖାତା ପାଇଁ ନ୍ୟନୁତମ ବାଲାନ୍ସର କୌଣସି ଦରକାର ନାହିଁ । ଡିବିଏସ ବ୍ୟାଙ୍କର କେବଳ ମୋବାଇଲ ଫୋନରେ ମିଳୁଥିବା ସେବା ଡିଜିବ୍ୟାଙ୍କ ଓ ବିଗତ ମାସରୁ ଆରମ୍ଭ ହୋଇଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କର ୮୧୧ ଡିଜିଟାଲ ବ୍ୟାଙ୍କ ଥତା ଏହାର ଦୁଇଟି ଉଦାହରଣ ।

ଶୁଳ୍କ- ଅନଲାଇନ ମନି ଟ୍ରାନ୍ସପର ମାଗଣା ଅଟ । ଡିଜିଟାଲ ବ୍ୟାଙ୍କ ଖାତା ସହ ଭର୍ଚୁଆଲ ଭିଜା ଡେବିଟ କାର୍ଡ ମଧ୍ୟ ମିଳିବ । କିନ୍ତୁ କିଛି ସେବା ପାଇଁ ବ୍ୟାଙ୍କ ଶାଖା ଖାତାଧାରକ ପରି ଶୁଳ୍କ ଦେବାକୁ ପଡିବ ।

ନେଣ ଦେଶ ସୀମା- ଡିଜିଟାଲ ଖାତାରେ ନେଣଦେଣର ସୀମା ରହିଛି,ଯେମିତି ଶାଖା ଜରିଆରେ ଏନଇଏଫଟି , ଆରଟିଜିଏସ ମିଳିବ ନାହିଁ । ଏହାସହ ବ୍ୟାଙ୍କ ଶାଖାରେ ନଗଦ ଟଙ୍କା ବାହାର କରିବା ପାଇଁ ଅନୁମତି ମିଳବ ନାହିଁ । ଅର୍ଥ କୋଟାକର ୮୧୧ ଖାତାରେ ମାସକୁ କେବଳ ଗୋଟିଏ ଥର ୧୦ ହଜାର ଟଙ୍କା ଜମା କରିବାର ଅନୁମତି ରହିଛି । ଏହା ବ୍ୟତିତ ଆପଣ ପ୍ରତି ୧୦୦୦ ଟଙ୍କାରେ ୩.୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ ଯାହା ନ୍ୟୁନତମ ୫୦ ଟଙ୍କା ହେବ ।

ସୁଧ ହାର- ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ମୁତାବକ ଡିଜିଟାଲ ବ୍ୟାଙ୍କ ଖାତାଧାରୀଙ୍କୁ ସେହି ସୁଧ ମଳିବ ଯାହା ସାମାନ୍ୟ ଖାତାଧାରୀଙ୍କୁ ମିଳେ ।

                                            ସୌଜନ୍ୟ-ଆଜତକ.କମ