ମୋଦିଙ୍କ ମିଶନ୍ କ୍ୟାସଲେସ୍ ! ନୂଆବର୍ଷ ଯାଏଁ ଅନଲାଇନ୍ ଟ୍ରାନଜାକସନ୍ ଉପରେ ସର୍ଭିସ୍ ଟାକ୍ସ ଛାଡ

34

କନକ ବ୍ୟୁରୋ : ବିନା ଟଙ୍କାରେ କାରବାର ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଅନଲାଇନରେ ଟଙ୍କା କାରବାର କଲେ ଆପଣଙ୍କୁ ଟ୍ରାନଜାକସନ୍ ଚାର୍ଜ ଦେବାକୁ ପଡିବ ନାହିଁ । ସେହିପରି ସାଧାରଣ ଲୋକ ଓ କୃଷକଙ୍କ ସୁବିଧା ପାଇଁ ଡିଜିଟାଲ୍ ପେମେଂଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ସମବାୟ ବ୍ୟାଙ୍କକୁ ୨୧ହଜାର କୋଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଦେଖନ୍ତୁ କ’ଣ ରହିଛି ପ୍ରମୁଖ ଘୋଷଣା-

ଡିସେମ୍ବର ୩୧ ପର୍ଯ୍ୟନ୍ତ ମୋବାଇଲ୍ ଓ ଅନଲାଇନ୍ ଟ୍ରାନଜାକସନ୍ ସେବାକର ବା ଶୁଳ୍କ ପଡ଼ିବ ନାହିଁ ।

ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନଲାଇନ୍ ରେଲୱେ ଟିକେଟ୍ ବୁକିଂରେ ଶୁଳ୍କ ପଡ଼ିବ ନାହିଁ ।

ଦେଶର ୨ ଲକ୍ଷ ୨୦ ହଜାର ଏଟିଏମରୁ ୮୨ ହଜାର ଏଟିଏମକୁ ନୂଆ ଟଙ୍କା ପାଇଁ କାଲିବ୍ରେଟ୍ କରାଯାଇଛି । ଆଉ କିଛି ଦିନ ଭିତରେ ଅନ୍ୟ ଏଟିଏମ୍ ଠିକ୍ ହୋଇଯିବ

ଦେଶର ୧ ଲକ୍ଷ ୫୫ ହଜାର ଡାକଘରେ ନୂଆ ୫୦୦ ଓ ୨୦୦୦ ଟଙ୍କା ଯୋଗାଇ ଦିଆଯାଇଛି ।

ଚାଷୀମାନଙ୍କ ସୁବିଧା ପାଇଁ ବି ଅନେକ ପଦକ୍ଷେପ ଘୋଷଣା କରାଯାଇଛି । ସେଗୁଡ଼ିକ ହେଲା-

ଚାଷୀମାନଙ୍କୁ ସମବାୟ ବ୍ୟାଙ୍କରୁ ଟଙ୍କା ମିଳିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ନାବାର୍ଡକୁ ୨୧ ହଜାର କୋଟି ଟଙ୍କା ବାଣ୍ଟିବା ପାଇଁ ଅନୁମତି ଦିଆଯାଇଛି ।

ସେହିଭଳି ଭାବେ ସବୁ ସରକାରୀ ଏଜେନ୍ସିକୁ ଅନଲାଇନ୍ ଟଙ୍କା ବାଂଟିବା ପାଇଁ କୁହାଯାଇଛି ।

ସବୁ ନୂଆ କାରରେ ଆରଏଫଆଇଡି ଟ୍ୟାଗ୍ ବା ରେଡିଓ ଫ୍ରିକ୍ୱେନ୍ସି ଟ୍ୟାଗ୍ ଲଗାଇବାକୁ କୁହାଯାଇଛି । ଏହାଦ୍ୱାରା ଟେଲ୍ ଗେଟ୍ ଗୁଡ଼ିକରେ ଗାଡ଼ିଗୁଡ଼ିକ ନ ଅଟକି ମଧ୍ୟ ଟିକସ ସଂଗ୍ରହ କରାଯାଇପାରିବ ।