ଶ୍ରୀକାନ୍ତ ଜେନାଙ୍କୁ ପିସିସି ସଭାପତିଙ୍କ ପରୋକ୍ଷ ଜବାବ ! କହିଲେ, ଜ୍ଞାନୀମାନଙ୍କୁ ନେଇ ତିଆରି ହୋଇଛି ଇସ୍ତାହାର କମିଟି

242

କନକ ବ୍ୟୁରୋ : ଇସ୍ତାହାର କମିଟି ଅଧ୍ୟକ୍ଷ ପରିବର୍ତ୍ତନ ପରେ ମୁହଁ ଖୋଲିିଛନ୍ତି ପିସିସି ସଭାପତି ନିରଞ୍ଜଜନ ପଟ୍ଟନାୟ । ଗଣେଶ ବେହେରାଙ୍କୁ ଦଳ ଇସ୍ତାହାର କମିଟି ମୁଖ୍ୟ ନିଯୁକ୍ତି ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଜଣେ ଦଳିତ ଯୁବକଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ କରାଯାଇଥିବାରୁ ସେ ଖୁସି ଜାହିର କରିଛନ୍ତି ।

srikant-jena

ଏହାଛଡା ସେ କହିଛନ୍ତି ଦଳର ଅନୁଭବୀ ଓ ଜ୍ଞାନୀ ବ୍ୟକ୍ତିମାନଙ୍କୁ କମିଟିରେ ସ୍ଥାନ ଦିଆଯାଇଥିବାରୁ ଏକ ଉପଯୁକ୍ତ ଇସ୍ତାହାର ତିଆରି ହେବ । ସେହିପରି ଗତକାଲି ଶ୍ରୀକାନ୍ତ ଜେନା ଆଣିଥିବା ଅଭିଯୋଗର ଜବାବ ମଧ୍ୟ ଦେଇଛନ୍ତି ପିସିସି ସଭାପତି । ସେ କୌଣସି ଖଣି ମାଫିଆ ନୁହଁନ୍ତି । ତାଙ୍କ ଉପରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ । ଦଳ ଭିତରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେପଟେ ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସର ସାଧାରଣ ସଭା । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଠାରେ ଦୁର୍ନୀତି ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା ସହ ପ୍ରତିବାଦ ସଭା କରିଛି କଂଗ୍ରେସ । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବି ବିଶ୍ୱାଳ, ଗଣେଶ୍ୱର ବେହେରା, ଜୟଦେବ ଜେନା, ବିଧାୟକ ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା ପ୍ରମୁଖ ସାମିଲ ହୋଇଥିଲେ ।