ବାଜି ମାରିଲେ ଛୋଟ ପରଦାର ନାୟିକା ! କ୍ୟାଟ୍ରିନାଙ୍କୁ ପଛରେ ପକାଇ ନିଆ ଶର୍ମା ହେଲେ ଏସିଆର ସେକ୍ସି ମହିଳା

114

ଏସିଆର ସବୁଠାରୁ ସେକ୍ସି ମହିଳା ତାଲିକାରେ ‘ଜମାଇରାଜା’ ଅଭିନେତ୍ରୀ ନିଆ ଶର୍ମା ତୃତୀୟ ସ୍ଥାନ ଅଧିକାର କରିିଛନ୍ତି । ସେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ପଛରେ ପକାଇ ଏଇ ତାଲିକାରେ ରହିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିପାଇଁ ଟେଲିଭିଜନ ଅଭିନେତ୍ରୀ ନିଆଙ୍କ loଗୋଡ ଆଉ ତଳେ ଲାଗୁନି । ଏସିଆର ସବୁଠାରୁ ସେକ୍ସି ମହିଳା ତାଲିକାରେ ଦୀପିକା ପାଦୁକୋନ ପ୍ରଥମ ସ୍ଥାନରେ ଥିବାବେଳେ ପ୍ରିୟଙ୍କା ଚୋପ୍ରା ଅଛନ୍ତି ଦ୍ୱିତୀୟ ସ୍ଥାନରେ । ଏଇ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ନିଆ ଶର୍ମା, ଯେଉଁଥିପାଇଁ ନିଆଙ୍କ ଅପେକ୍ଷା ତାଙ୍କ ପ୍ରସଂଶକ ଆଉ ଅଧିକ ଖୁସିଥିବା ଜଣାପଡିଛି ।

ଏଇ ଟେଲିଭିଜନ ଅଭିନେତ୍ରୀ ଜଣକ ‘ଏକ ହଜାରୋ ମେ ମେରୀ ବେହେନା ହେ’ ଜରିଆରେ ଛୋଟ ପରଦାରେ କ୍ୟାରିଅର ଆରମ୍ଭ କରିଥିଲେ । ତା ପରେ ‘ଜମାଇରାଜା’ ସିରିଏଲରେ ଅଭିନୟ କରି ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ସିରିଏଲ ବ୍ୟତିତ ଆୱାର୍ଡ ସେରିମନିରେ ସେ ତାଙ୍କର ସୁପର ସେକ୍ସି ଡ୍ରେସିଂ ଷ୍ଟାଇଲ ପାଇଁ ଅଧିକ ଚର୍ଚ୍ଚିତ । ଏହାସହ ଦୁବାଇ ଓ ଯୁଏସଏକୁ ତାଙ୍କର ଲାଟେଷ୍ଟ ଟ୍ରିପ ପାଇଁ ନିଆ ଅଧିକ ପ୍ରଶଂସକ ଏକାଠି କରିବାରେ ସଫଳ ହୋଇ ପାରିଥିଲେ ।