ନବଜାତ ଶିଶୁର ସଲମାନ୍ ଷ୍ଟାଇଲ୍ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଫଟୋ

34

ନବଜାତ ଶିଶୁର ସଲମାନ୍ ଷ୍ଟାଇଲ୍ । ଜନ୍ମ ହେବାର କିଛି କ୍ଷଣ ପରେ ଡାକ୍ତରଖାନା ବେଡରେ ଶିଶୁଟି ନିଜର ଦୁଇ ହାତ ମୁଣ୍ଡ ପଛରେ ରଖି ଦବଙ୍ଗ୍ ହିରୋ ଷ୍ଟାଇଲରେ ଶୋଇଛି । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଫଟୋକୁ ନେଇ ଅନେକ ମଜାଦାର କମେଂଟ୍ ମଧ୍ୟ ଦେଖିବାକୁ ମିଳିଛି ।

କେହି କେହି ଶିଶୁଟିକୁ ନାନା ପାଟେକର୍ କହିବା ବେଳେ କେହି କହୁଛନ୍ତି ରଜନୀକାନ୍ତ । ଏବେ ସବୁଠାରୁ କମ୍ ବୟସରେ ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହେବାରେ ନବଜାତକଟି ଗଣାଯାଉଛି । ତେବେ ଫଟୋଟି କେଉଁ ସ୍ଥାନର ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।

ସୌଜନ୍ୟ : ୱାନଇଣ୍ଡିଆ