ସେୟାର ବଜାରରେ ରେକର୍ଡ ! ପ୍ରଥମ ଥର ପାଇଁ ସେନସେକ୍ସ ଛୁଇଁଲା ୩୮,୦୦୦ ମାର୍କ, ନିଫଟି ଟପିଲା ୧୧,୪୫୦ ।

39

ଗୁରୁବାର ନୂଆ କୀର୍ତ୍ତିମାନ ରଚିଛି ସେୟାର ବଜାର । ଘରୋଇ ଏବଂ ବିଦେଶୀ ଆନୁଷ୍ଠାନିକ ନିବେଶକାରୀ ବ୍ୟାପକ ଭାବେ ବ୍ୟାଙ୍କିଙ୍ଗ୍, ଏନର୍ଜି ଏବଂ ପିଏସୟୁ ଷ୍ଟକ୍ ଖରିଦ କରିବାରୁ ଗୁରୁବାର ଦିନ ପ୍ରଥମ ଥର ଲାଗି ବିଏସଇର ସେନସେକ୍ସ ୩୮. ୦୦୦ ଲେବଲ୍ ଛୁଇଁଛି । ବ୍ରୋଡର୍ ଏନଏସଇ ନିଫଟି ମଧ୍ୟ ୧୧,୪୯୫. ୨୦ରେ ପହଞ୍ଚିଛି । ଗୁରୁବାର ସହଳ ବାଣିଜ୍ୟରେ ୩୦-ସେୟାର୍ ସେନସେକ୍ସ ୧୬୨. ୫୬ ପଏଣ୍ଟରୁ (୦. ୪୨%) ୩୮, ୦୫୦, ୧୨ରେ ପହଞ୍ଚି ବୁଧବାର ଦିନର ୩୭, ୯୩୧. ୪୨ ରେକର୍ଡ ଭାଙ୍ଗିଛି ।

ବ୍ୟାଙ୍କିଙ୍ଗ୍, ତୈଳ ଓ ପ୍ରାକୃତିକ ବାଷ୍ପ, ପିଏସୟୁ, ରିଅଲଟି, ହେଲଥକେୟାର୍, ଆଇଟି, ଟେକ୍, ମେଟାଲ୍, ଇନଫ୍ରାଷ୍ଟ୍ରକଚର୍, କ୍ୟାପିଟାଲ୍ ଗୁଡସ୍, ଏଫଏମସିଜି, ପାଓ୍ଵାର୍ ଏବଂ ଅଟୋ ଷ୍ଟକ୍ ଆଦି ସୂଚକାଙ୍କ ବୃଦ୍ଧି କରାଇବାରେ ସହାୟକ ହୋଇଛି । ସମୀକ୍ଷାକାରୀମାନେ କହୁଛନ୍ତି ଯେ ବିଦେଶୀ ଏବଂ ଘରୋଇ ପ୍ରତିଷ୍ଠାନ ନିବେଶକାରୀମାନେ ଖରିଦ କରୁଥିବାରୁ ବଜାରରେ ଷ୍ଟ୍ରଙ୍ଗ୍ ଲିକ୍ୟୁଡିଟି ସୃଷ୍ଟି ହୋଇ କ୍ୟୁ୧ ଆୟକୁ ଉତ୍ସାହ ଦେଉଛି । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏସୀୟ ସେୟାର୍ ସବୁ ପ୍ରାଥମିକ ବାଣିଜ୍ୟରେ ସାମିଲ ହୋଇ ଯାଇଥିଲା ।