ବିଜେଡିର ବଡ ଶୋ ! ତୃତୀୟ ବର୍ଷ ପୁର୍ତି ଉପଲକ୍ଷେ ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ

31

କନକ ବ୍ୟୁରୋ : ବିଜେଡି ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତି ଅବସରରେ ଦଳୀୟ ପଦାଧିକାରୀଙ୍କ ସମ୍ମିଳନୀରେ ନବୀନ ବଖାଣିଛନ୍ତି ସଫଳତା । କହିଛନ୍ତି ଓଡିଶା ବାସୀ ବିଜେଡିକୁ ଶକ୍ତିଶାଳୀ କରିଛନ୍ତି । ଓଡିଶାର ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ । ଜୁଲାଇ ୧ରୁ ଆମ ଗାଁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ ତୃଣମୂଳ ସ୍ତରର ନେତା ଗାଁ ଗାଁକୁ ଯାଇ ସରକାରର ସଫଳତାର ହିସାବ ଦେବେ । ସେପ୍ଟେମ୍ବର ୩୦ ସୁଦ୍ଧା ଏବାବଦରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦଳ ଅପପ୍ରଚାର କରନ୍ତି ଓ ବିଜେଡି କାମରେ ବିଶ୍ୱାସ କରେ ବୋଲି ନବୀନ କହିଛନ୍ତି ।