ଗରବା ଗୀତ ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଗୀତର ତାଳେ ତାଳେ ନାଚିଲେ ଦୃଷ୍ଟିହୀନ ନାବାଳିକା, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ଭିଡ଼ିଓ

55

ନବରାତ୍ରୀ ଅବସରରେ ଦୃଷ୍ଟିହୀନ ନାବାଳିକାମାନେ କରିଥିବା ଗରବା ନୃତ୍ୟ ଏବେ ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହେଉଛି । ଦୃଷ୍ଟିହୀନ ନାବାଳିକାମାନେ ଅତି ସୁନ୍ଦର ଗରବା ନୃତ୍ୟ କରିଛନ୍ତି, ଯାହାକୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି । ଉକ୍ତ ଭିଡ଼ିଓରେ ଦୃଷ୍ଟିହୀନ ନାବାଳିକାମାନେ ଲେହଙ୍ଗା ଚୋଲି ପିନ୍ଧି ଅତି ସୁନ୍ଦର ଭାବେ ଗରବା କରୁଥିବାର ନଜର ଆସୁଛନ୍ତି । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଅଧିକ ମାତ୍ରାରେ ଶେୟାର ହେଉଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୃଷ୍ଟିହୀନ ନାବାଳିକାମାନେ କରିଥିବା ଏହି ଗରବା ନୃତ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ।

image courtesy-twitter

ସୂଚନାଯୋଗ୍ୟ ଗରବା ଗୁଜରାଟୀ ଲୋକନୃତ୍ୟ ଅଟେ । ନବରାତ୍ରୀ ଅବସରରେ ଗୁଜୁରାଟରେ ବେଶ୍ ଧୁମଧାମରେ ଗରବା ନୃତ୍ୟ ପରିବେଷଣ କରାଯାଏ । ଚଳିତ ଥର ମୋଦି ଏକ ଗରବା ଗୀତ ଲେଖିଛନ୍ତି । ମୋଦି ଲେଖିଥିବା ଏହି ଗୀତର ବୋଲ ହେଲା ‘ଘୁମେ ଏନୋ ଗରବୋ’ । ଏହି ନୃତ୍ୟର ନିର୍ଦ୍ଦେଶନା ଦେଇଛନ୍ତି ଶୈଲେଶ ଗୋହିଲ ଓ ବିନ୍ଦୁ ତ୍ରିବେଦୀ । ଗରବା ନୃତ୍ୟ କରୁଥିବା ଦୃଷ୍ଟିହୀନ ନାବାଳିକାମାନେ ଅମମଦାବାଦ ସ୍ଥିତ ପ୍ରକାଶ ଗୃହ ଏନଜିଓର । ଏହି ଏନଜିଓ ସ୍ୱତନ୍ତ୍ର ଭାବେ ଦୃଷ୍ଟିହୀନଙ୍କ ପାଇଁ କାମ କରେ ତେବେ ଦୃଷ୍ଟିହୀନ ବାଳିକାଙ୍କ ଏହି ନୃତ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶାକରାଯାଉଛି ।