ହ୍ୟାକର୍ସ ଚୋରି କଲେ ୩ କୋଟି ଫେସବୁକ୍ ୟୁଜର୍ସଙ୍କ ଡାଟା । ଜାଣନ୍ତୁ କେମିତି ହୋଇପାରିବ ଏହାର ଅପବ୍ୟବହାର ଓ ରୁହନ୍ତୁ ସତର୍କ

39

ଡାଟା ଚୋରି କୁ ନେଇ ଫେସବୁକ୍ ବହୁତ ସମୟ ଧରି ଚର୍ଚ୍ଚାରେ ଅଛି । ଏବେ ସୋଶିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚନା ଅନୁସାରେ, ୟୁଜର୍ସଙ୍କ ଆକାଉଣ୍ଟରୁ ପାଖାପାଖି ୨୯ ମିଲିୟନ୍(୨.୯ କୋଟି) ୟୁଜର୍ସଙ୍କ ଡାଟା ଚୋରି କରାଯାଇଛି । କିନ୍ତୁ କମ୍ପାନୀ କହିଛି କି, ହ୍ୟାକର୍ସ କୈାଣସି ସମ୍ବେଦନଶୀଳ ଡାଟା ଚୋରି କରିନି ।

କମ୍ପାନୀ ମୁତାବକ, ହ୍ୟାକର୍ସ ୧୫ ମିଲିୟନ୍ ୟୁଜରଙ୍କ ନାମ, କଣ୍ଟାକ୍ଟ ଡିଟେଲ୍ସ, ଫୋନ୍ ନମ୍ବର ଓ ମେଲ୍-ଆଇଡି ର ଚୋରି କରିଛନ୍ତି । ଏହା ବ୍ୟତୀତ ୧୪ ମିଲିୟନ୍ ୟୁଜରଙ୍କ ଯେଉଁ ତଥ୍ୟ ଚୋରି କରାଯାଇଛି, ସେଥିରେ ତାଙ୍କର ୟୁଜରନେମ୍, ଜେଣ୍ଡର, ଭାଷା, ରିଲେଶନସିପ୍ ଷ୍ଟାଟସ୍, ଧର୍ମ, ଘର ଠିକଣା, କରେଣ୍ଟ ସିଟି, ଜନ୍ମଦିନ ଏସବୁ ଜରିଆରେ ଫେସବୁକ୍ କୁ ସହଜରେ ପ୍ରବେଶ କରାଯାଇପାରୁଛି । ତା’ ସହ ୟୁଜର୍ସଙ୍କ ଯୋଗ୍ୟତା, କାମ ଓ ଯେଉଁଠି ସେମାନେ ଚେକ୍-ଇନ୍ କରିଛନ୍ତି, ସମସ୍ତ ତଥ୍ୟ ଚୋରି କରାଯାଇଛି ।

କେମିତି ହୋଇପାରିବ ଅପବ୍ୟବହାର ? : କୈାଣସି ବି ୟୁଜରଙ୍କ ଏହି ତଥ୍ୟକୁ ବ୍ୟବହାର କରି ହ୍ୟାକର ତାଙ୍କ ତରଫରୁ ମେଲ୍ ଡ୍ରାଫ୍ଟ କରି ତାଙ୍କ ସାଙ୍ଗସାଥୀଙ୍କୁ ଟଙ୍କା ପାଇଁ ଠକି ପାରିବେ । କିମ୍ବା ଏହାର ବ୍ୟବହାରରେ ସେ ଫେସବୁକ୍ କର୍ମଚାରୀ କିମ୍ବା କୈାଣସି ବନ୍ଧୁ ହୋଇ ସଂପର୍କ କରିପାରିବେ । ହୋଇପାରେ କି ଏହାର ବ୍ୟବହାରରେ ସେ କମ୍ପ୍ୟୁଟର ପର୍ଯ୍ୟନ୍ତ ଭାଇରସ୍ ପହଂଚାଉଥିବା କୈାଣସି ଫେକ୍ ମେଲ୍ ପ୍ରସ୍ତୁତ କରିପାରନ୍ତି ।

ଫେସବୁକ୍ ସ୍ୱୀକାର କରିଛି କି, ହ୍ୟାକର୍ସ ଫେସବୁକ୍ ଫିଚର୍ସ ‘ଭ୍ୟୁ ଆଚ୍’ କୁ ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପାଇଁ ବ୍ୟବହାର କରିଥିଲେ । ଯେଉଁ ୟୁଜର୍ସ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ, ସେମାନଙ୍କୁ ନିଜ ଆକାଉଣ୍ଟ ପୁଣି ଥରେ ରି-ଲଗିନ୍ କରିବାକୁ କୁହଯାଇଥିଲା । ଫେସବୁକ୍ ମୁତାବକ, କମ୍ପାନୀ ସୁରକ୍ଷାକୁ କଡାକଡି କରିନେଇଛି ।