ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ନଜୀବ ଜଙ୍ଗ

28

କନକ ବ୍ୟୁରୋ : ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ନଜୀବ ଜଙ୍ଗ । ନଜୀବ ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି । ସେ ଜୁଲାଇ ୨୦୧୩ରେ ଦିଲ୍ଲୀର ଉପରାଜ୍ୟପାଳ ପଦରେ ନିଯୁକ୍ତ ହୋଇଥିଲେ ।

ନଜୀବ ଜଙ୍ଗଙ୍କର ଆହୁରି ଦେଢ଼ ବର୍ଷର କାର୍ଯ୍ୟକାଳ ବାକି ରହିଥିଲା । ଜଙ୍ଗ ଶିକ୍ଷା କ୍ଷେତ୍ରକୁ ଫେରିବେ ବୋଲି ସେ ପ୍ରକାଶ କରିଛନ୍ତି । ନଜୀବ ପୂର୍ବରୁ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦାନ କରୁଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ନଜୀବ ଜଙ୍ଗଙ୍କ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ତେବେ ତାଙ୍କ ଇସ୍ତଫା ଦେବାର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ ।