ନବୀନ ପଟ୍ଟନାୟକ ବିଜେଡିର ୧୮ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦେଇଛନ୍ତି ନିଯୁକ୍ତି !

63

କନକ ବ୍ୟୁରୋ : ବିଜେଡିର ବିଭିନ୍ନ ନେତାଙ୍କୁ ବିଜୁ ଜନତା ଦଳର ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ୧୮ଜଣ ନେତାଙ୍କୁ ଏହି କାର୍ଯ୍ୟ ପାଇଁ ନିଯୁକ୍ତି ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ ରିଲିଜ କରାଯାଇଛି । ଡା. ଦାମୋଦର ରାଉତଙ୍କୁ ଢ଼େଙ୍କାନାଳ ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୁରୀ ଜିଲ୍ଲା , ଶ୍ରୀମତି ଉଷା ଦେବୀଙ୍କୁ କଟକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ସେହିପରି ମହେଶ୍ୱର ମହାନ୍ତିଙ୍କୁ ଗଞ୍ଜାମ ଜିଲ୍ଲା, ନିରଞ୍ଜନ ପୁଝାରୀଙ୍କୁ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଛି । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନୂଆପଡା ଜିଲ୍ଲା, ପ୍ରଫୁଲ ମଲ୍ଲିକଙ୍କୁ ବରଗଡ ଜିଲ୍ଲା, ପ୍ରଶାନ୍ତ ନନ୍ଦଙ୍କୁ ସୁନ୍ଦରଗଡ ଜିଲ୍ଲା, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା, ରବି ପାଣିଙ୍କୁ ଝାରସୁଗୁଡା ଜିଲ୍ଳା. ଓ ବିମ୍ବାଧର କଅଁରଙ୍କୁ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡା, ଶଶିଭୁଷଣ ବେହେରା ନୟାଗଡ ଜିଲ୍ଲା, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର ଜିଲ୍ଲା, ଦେବାଶିଷ୍ ନାୟକ ଖୋର୍ଦ୍ଧା ଜିଲ୍ଲା, ସଞ୍ଜିବ କୁମାର ସାହୁ ଦେବଗଡ , ପ୍ରଭାତ ବିଶ୍ୱାଳ ବୋ÷ଦ୍ଧ ଓ ପ୍ରତାପ ଜେନାଙ୍କୁ ଅନଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଛି ।