ନବ ନିର୍ମାଣ କୃଷକ ସଂଗଠନର ଆଇନ୍ ଆମାନ୍ୟ ଆନ୍ଦୋଳନ : ୪ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ତାଲା

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଜୋର୍ ଧରିଲା ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବି । ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଂଗଠନ । ଚାଷୀଙ୍କ ହକ୍ ଦାବିରେ ତେଜିଲା ଆଇନ୍ ଆମାନ୍ୟ ଆନ୍ଦୋଳନ । ଏଥର ବ୍ୟାପକ ହେଲା ପ୍ରତିବାଦ । ଚାରି ଚାରିଟି ଜିଲ୍ଲାରେ ଏକାଠି ହେଲେ ଶହ ଶହ ସଂଖ୍ୟାରେ ଚାଷୀ । ଜିଲ୍ଲାପାଳଙ୍କ ଅଫିସରେ ତାଲା ପକାଇ ଧାରଣା ଦେଲେ ।

ସଂଗଠନର ଦାବି, ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ ସରକାର । ପ୍ରତି ପରିବାରକୁ ମାସିକ ୫ ହଜାର ଟଙ୍କା ପେନସନ୍ ଦିଆଯାଉ । ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ସହ ସମ୍ମାନ ଦିଅନ୍ତୁ ସରକାର । ଦାବି ନେଇ କେଉଁଠି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ତ ଆଉ କେଉଁଠି ରାସ୍ତା ଅବରୋଧ । ପୁଣି କେଉଁଠି ଶୋଭାଯାତ୍ରା । ସବୁଆଡେ ଶୁଭିଥିଲା ସରକାର ବିରୋଧୀ ନାରା । ବ୍ୟାପକ ପ୍ରତିବାଦ ଓ ଆନ୍ଦୋଳନ ଭିତରେ ଅନେକ ଚାଷୀ ନେତାଙ୍କୁ ଗିରଫ କରିଥିଲା ପୋଲିସ ।

ଗତ ଫେବୃଆରୀ ୧୮ ତାରିଖରେ କଟକରୁ ବିଶାଳ ରାଲିରେ ଭୁବନେଶ୍ୱର ଆସିଥିଲେ ହଜାର ହଜାର ଚାଷୀ । ଏଥିରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା । ତଥାପି ସରକାର ଶୁଣିଲେନି । ଶେଷରେ ଆଇନ୍ ଅମାନ୍ୟ ଆନ୍ଦୋଳନକୁ ଓହ୍ଲାଇଛି ସଂଗଠନ ।