ନବ ନିର୍ମାଣ କୃଷକ ସଂଗଠନର ନୈତିକ ବିଜୟ ! ଦୀର୍ଘଦିନର ଆନ୍ଦୋଳନ ପରେ ଚେତିଲେ ସରକାର, ବୃଦ୍ଧି କଲେ ବାଦାମ କିଣାର ସମୟ ସୀମା

24

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନର ନୈତିକ ବିଜୟ । ସଂଗଠନର ଦୀର୍ଘଦିନର ଆନ୍ଦୋଳନ ପରେ ଚେତିଛନ୍ତି କେନ୍ଦ୍ର ସରକାର । ନବ ନିର୍ମାଣ କୃଷକ ସଂଗଠନ ଦାବି ପରେ ବାଦାମ କିଣାର ସମୟ ସୀମା ବୃଦ୍ଧି କରିଛନ୍ତି । ଚାଷୀଙ୍କ ଠାରୁ ବାଦାମ କିଣିବା ଅବଧିକୁ ଗୋଟିଏ ମାସ ବଢାଇଛନ୍ତି କେନ୍ଦ୍ର ସରକାର । ଫଳରେ ଚାଷୀମାନେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସେମାନଙ୍କ ଉତ୍ପାଦିତ ବାଦାମ ବିକ୍ରି କରି ପାରିବେ । ପୂର୍ବରୁ ବାଦାମ ବିକ୍ରିର ସମୟ ସୀମା ଜୁନ ମାସ ପର୍ଯ୍ୟନ୍ତ ଥିଲା ।

ଗତ କିଛି ଦିନ ତଳେ ବାଦାମର ସହାୟକ ମୂଲ୍ୟ ବୃଦ୍ଧି ଓ ଅଭାବୀ ବିକ୍ରିକୁ ନେଇ ଚଣ୍ଡିଖୋଲରେ ଆନ୍ଦୋଳନ କରିଥିଲା ନବନିର୍ମାଣ କୃଷକ ସଂଗଠନ । ପରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ସହ ଆଲୋଚନା କରି ବାଦାମ କିଣିବା ଅବଧି ବୃଦ୍ଧି କରିବାକୁ ଜଣାଇଥିଲେ ।

କେନ୍ଦ୍ର ସରକାର ବାଦମ କିଣିବା ସମୟ ବୃଦ୍ଧି କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନର ପରାମର୍ଶଦାତା ସୌମ୍ୟ ରଂଜନ ପଟ୍ଟନାୟକ । କହିଛନ୍ତି, ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା କରି ବାଦାମ ବିକ୍ରିର ଅବଧୀ ବଢାଇ ପାରିଲେ, ତେବେ କୃଷକଙ୍କ ଅନ୍ୟ ଦାବି ବାବଦରେ କାହିଁକି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରୁନାହାଁନ୍ତି ।