କ୍ୟାମେରାରେ କଏଦ ଅଦ୍ଭୁତ ଜୀବ : ଭାଇରାଲ୍ ହେଲା ଭିଡିଓ

62

କ୍ୟାମେରାରେ କଏଦ ହୋଇଛି ଅଦ୍ଭୁତ ଜୀବ । ମଣିଷ, ଏଲିଏନ୍ ନା ଆଉ କୌଣସି ଜୀବ । ପର୍ତୁଗାଲ୍ ମରୁଭୂମିରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ମରୁଭୂମିରେ ଚାଲି ଚାଲି ଯାଉଥିବା ଏହି ଜୀବଟି ଅଚାନକ୍ ଉଭାନ୍ ହୋଇଯାଇଛି । ଦୁଇଟି ଗୋଡ ଥିବା ବିଶାଳ ଏହି ମିଷ୍ଟିରିୟସ କ୍ରିଏଚରକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଅଂଚଳରେ ଥିବା କିଛି ଲୋକ ଏହି ଅଦ୍ଭୁତ ଜୀବକୁ ଦେଖି ଏହାକୁ କ୍ୟାମେରାରେ କଏଦ କରିଥିଲେ ।

କ୍ୟାମେରାକୁ ଜୁମ୍ କରି ଏହିି ଦୃଶ୍ୟକୁ ଭଲକରି କଏଦ କରୁଥିବା ବେଳେ ଏକ ଗଛ ପଛରୁ ହଠାତ୍ ଜୀବଟି କୁଆଡେ ଉଭାନ ହୋଇଯାଇଥିଲା । ଭିଡିଓଟି ସାମ୍ନାକୁ ଆସିବା ପରେ ଏଥିରେ ଦେଖାଯାଉଥିବା ଅଦ୍ଭୁତ ଜୀବକୁ ନେଇ ଏବେ ବିତର୍କ ଜୋର ଧରିଛି । ଏହା ଲାଟିନ ଆମେରିକାରେ ଦେଖାଯାଉଥିବା ‘ଚୁପାକାବରା’ ବୋଲି ସନ୍ଦେହ କରାଯାଉଛି । ଅପରପକ୍ଷରେ ଭିଡିଓର କ୍ଲାରିଟି ନଥିବାରୁ ଏହି ଅଦ୍ଭୁତ ଜୀବକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି ।