ସ୍ୱାମୀକୁ ମାରି ଜଙ୍ଗଲରେ ଜାଳିଦେଲେ । ପ୍ରେମିକ ମୁହଁରେ ଏସିଡ ପକାଇ ପ୍ଲାଷ୍ଟିକ ସର୍ଜରୀ କରି ଦେଲେ ସ୍ୱାମୀର ପରିଚୟ । ରିଲ ନୁହେଁ ରିଅଲ କାହାଣୀ ।

165

ପ୍ରଥମେ ପ୍ରେମିକା ସହ ମିଶି ସ୍ୱାମୀକୁ ମାରିଦେଲେ । ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ପ୍ରେମିକଙ୍କ ଚେହେରାରେ ପରିବର୍ତ୍ତନ ଆଣି ତାକୁ ନିଜ ସ୍ୱାମୀର ପରିଚୟ ଦେଲେ । ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ କିମ୍ବା ଏହା କୌଣସି ଫିଲ୍ମର କାହାଣୀ ନୁହେଁ ସଂପୂର୍ଣ୍ଣ ସତ ଘଟଣା। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାରେ । ଜଣେ ୨୭ ବର୍ଷୀୟା ମହିଳା ସ୍ୱାତୀ ରେଡ୍ଡି ତାଙ୍କ ପ୍ରେମିକାଙ୍କ ସହ ମିଶି ସ୍ୱାମୀଙ୍କୁ ପ୍ରଥମେ ହତ୍ୟା କରିଥିଲେ। ପରେ ନିଜ ପ୍ରେମିକଙ୍କୁ ପରିବାର ସଦସ୍ୟଙ୍କ

ଆଗରେ ସ୍ୱାମୀର ପରିଚୟ ଦେବାଲାଗି ତା’ ମୁହଁରେ ଏସିଡ ପକାଇ ସମ୍ପୂର୍ଣ୍ଣ ରୂପେ ବିକୃତ କରିଦେଇଥିଲେ। ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ପ୍ରେମିକଙ୍କ ଚେହେରାରେ ପରିବର୍ତ୍ତନ ଆଣି ତାକୁ ନିଜ ସ୍ୱାମୀର ପରିଚୟ ଦେଇଥିଲେ ଉକ୍ତ ମହିଳା। କିନ୍ତୁ ସତ କେବେ ଲୁଚି ରହେନା। ଉକ୍ତ ଅପରାଧୀ ପତ୍ନୀର ସବୁ ଜଘନ୍ୟ କାରନାମା ଧରା ପଡ଼ିଗଲା। ତେବେ ଏହି ଘଟଣା କେବଳ ମଟନ ସୁପ ପାଇଁ ପର୍ଦ୍ଦାଫାସ ହୋଇଥିଲା। ତେଲେଙ୍ଗାନାର ସ୍ୱାତୀ ରେଡ୍ଡି ପେସାରେ ଜଣେ ନର୍ସ । ସେ ତାଙ୍କ ସ୍ୱାମୀ ସୁଧାକର ରେଡ୍ଡିଙ୍କୁ ତାଙ୍କ ପ୍ରେମିକ ରାଜେଶ ସହ ମିଶି ହତ୍ୟା କରିଥିଲେ ।

ପ୍ରଥମେ ସୁଧାକରଙ୍କୁ ନିଶ୍ଚେତକ ଦେବାପରେ ସେମାନେ ତାଙ୍କ ମୁଣ୍ଡକୁ ଖୁବ ଜୋରରେ ଏକ ରଡରେ ପିଟିଦେଇଥିଲେ। ଏଥିରେ ସୁଧାକରଙ୍କ ମୃତ୍ୟୁ ହେବାପରେ ଉଭୟ ସ୍ୱାତୀ ଏବଂ ରାଜେଶ ତାଙ୍କୁ ନେଇ ଜଙ୍ଗଲରେ ପୋଡ଼ି ଦେଇଥିଲେ। ପରେ ସ୍ୱାତୀ ତା’ ପ୍ରେମିକ ରାଜେଶର ମୁହଁକୁ ଏସିଡପକାଇ ପୋଡ଼ି ଦେଇଥିଲୋ ଏବଂ ତାଙ୍କୁ ସ୍ୱାମୀ ଭାବେ ଉପସ୍ଥାପନ କରିଥିଲେ ।

ରାଜେଶଙ୍କ ଚେହେରାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି ସେ ତାଙ୍କ ସ୍ୱାମୀଙ୍କ ପରିବାର ସମ୍ମୁଖରେ ପ୍ରେମିକ ରାଜେଶକୁ ସୁଧାକରଙ୍କ ପରିଚୟ ଦେବାକୁ ଚାହିଁଥିଲେ। ସୁଧାକରଙ୍କ ପରିବାର ସଦସ୍ୟ ମଧ୍ୟ ସ୍ୱାତୀଙ୍କ କଥାରେ ବିଶ୍ୱାସ କରି ପ୍ଲାଷ୍ଟିକ ସର୍ଜରୀ ପାଇଁ ଚିକିତ୍ସା ଆରମ୍ଭ କରିଥିଲୋ। ତେବେ ଚିକିତ୍ସା ପର୍ୟ୍ୟାୟରେ ହିଁ ସ୍ୱାତୀଙ୍କ କେଳେଙ୍କାରୀ ଧରା ପଡ଼ିଥିଲା। ସୁଧାକର ନାମରେ ଚିକିତ୍ସିତ ହେଉଥିବା ରାଜେଶଙ୍କୁ ଯେତେବେଳେ ମଟନସୁପ ଦିଆଯାଇଥିଲା ସେ ସମୟରେ ସେ ହସ୍ପିଟାଲ ଷ୍ଟାଫଙ୍କୁ କହିଥିଲେ ଯେ ସେ ନିରାମିଷାଶୀ।

କିନ୍ତୁ ବାସ୍ତବରେ ସୁଧାକର ସମ୍ପୂର୍ଣ୍ଣ ଆମିଷାଶୀ ଥିବାରୁ ରାଜେଶଙ୍କର ଏହି କଥା ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଏହାବାଦ ସୁଧାକରଙ୍କ ପରିବାର ସଦସ୍ୟ କିଛି ସମ୍ପର୍କୀୟଙ୍କ ପରିଚୟ ବିଷୟରେ ପଚାରିବାରୁ ସେ ନିରବ ରହିଥିଲେ। ସୁଧାକରଙ୍କ ପରିବାର ସଦସ୍ୟ ଏ ନେଇ ପୁଲିସରେ ଖବର ଦେଇଥିଲେ।

ପୁଲିସ ରାଜେଶଙ୍କର ଫିଙ୍ଗରପ୍ରିଣ୍ଟକୁ ସୁଧାକରଙ୍କ ଆଧାର ସହ ମ୍ୟାଚ କରିଥିଲା କିନ୍ତୁ ଆଧାର ବାୟୋମେଟ୍ରିକ ମ୍ୟାଚ ନକରିବାରୁ ପୁଲିସ ଜାଣିପାରିଲା ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ସୁଧାକର ନୁହନ୍ତି। ଶେଷରେ ପୁଲିସ ଜେରାରେ ସ୍ୱାତୀ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଏଥିସହ ତାମିଲ ଫିଲ୍ମ ‘ୟେବାଡ଼ୁ’ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏହି କାଣ୍ଡ କରିଛି ବୋଲି କହିଥିଲା।