ଆସିଛି ‘ମୁବାରକାନ୍’ର ପ୍ରଥମ ଝଲକ ! ଦ୍ୱୈତ ଭୂମିକାରେ ନଜର ଆସିବେ ଅର୍ଜୁନ କପୁର

17

ଅନୀସ ବଜ୍ମୀଙ୍କ ସିନେମା ‘ମୁବାରକାନ୍’ର ପ୍ରଥମ ଝଲକ ଲଂଚ କରା ଯାଇଛି । ଏଥିରେ ଅର୍ଜୁନ କପୁର ଡବଲ ରୋଲରେ ନଜର ଆସିବେ । ‘ମୁବାରକାନ୍’ ସିନେମାରେ ସେ ପ୍ରଥମ ଥର ପାଇଁ ଜଣେ ସର୍ଦ୍ଦାର ଭୂମିକାରେ ଅଭିନୟ କରୁଛନ୍ତି ।
ଅର୍ଜୁନଙ୍କ ବ୍ୟତିତ ତାଙ୍କ ରିୟଲ ଲାଇଫ ଚାଚା ଅନୀଲ କପୁର ଏଇ ସିନେମାରେ ରିଲ ଲାଇଫ ଚାଚା ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି । ଖବର ଅନୁସାରେ ଏଇ ସିନେମାରେ ଅର୍ଜୁନ ଦୁଇ ଯାଆଁଳା ଭାଇ “ଚରଣ’“କରଣ’ ଭୂମିକାରେ ନଜର ଆସିବେ ।

ଏହି ସିନେମାର ପ୍ରଥମ ଝଲକକୁ ଟ୍ୱିଟରେ ଶେୟାର କରିଛନ୍ତି ନିଜେ ଅର୍ଜୁନ କପୁର । ଆସନ୍ତାବର୍ଷ ୨୮ ଜୁଲାଇରେ ରିଲିଜ ହେବ ଏହି ସିନେମା ।