ଲୋକଙ୍କ ମଧ୍ୟରେ ଆଜି ବି ରହିଛି ଅନ୍ଧ ବିଶ୍ୱାସ ! ପୁଅକୁ ସୁସ୍ଥ କରିବାକୁ ଯାଇ ଝିଅକୁ ମାରି ପୋତିଦେଲେ ବାପା ମା’ ।

16

ଅନ୍ଧ ବିଶ୍ୱାସକୁ ନେଇ ଲୋକମାନେ ଅନେକ ପୂଜା ପାଠ କରୁଥିବା କଥାତ ଆପଣ ନିଶ୍ଚିତ ଶୁଣିଥିବେ । ଲୋକମାନେ ଏବେବି ତନ୍ତ୍ର ମନ୍ତ୍ର ଉପରେ ବିଶ୍ୱାସ ରଖୁଛନ୍ତି । ଯଦି କାହକୁ ସନ୍ତାନ ପ୍ରାପ୍ତି ହେଉନାହିଁ ତେବେ ସେମାନେ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ବାବାଙ୍କ ପାଖକୁ ଯାଇଥାନ୍ତି ତ ଆଉ କିଏ ତାର ସନ୍ତାନ ଦେହ ସୁସ୍ଥ ହେବା ପାଇଁ ବାବାଙ୍କ ପାଖକୁ ଯାଇଥାନ୍ତି । ଏପରି ମଧ୍ୟ ସାପ କାମୁଡିବା କ୍ଷେତ୍ରରେ ମଧ୍ୟ ହୋଇଥାଏ । ସାପ କମୁଡିବା ପରେ ଲୋକମାନେ ମେଡିକାଲ ଯିବା ବଦଳରେ ଝଡା ଫୁଙ୍କା ପାଇଁ କୌଣସି ଏକ ବାବାଙ୍କ ପାଖକୁ ଯାଇଥାନ୍ତି । ଠିକ ସେହିଭଳି ଏକ ଘଟଣା ଘଟିଛି ୟୁପିର ମୁରାଦାବାଦରେ । ଆଉ ଏକ ସନ୍ତାନବକୁ ସୁସ୍ଥ କରିବାକୁ ଯାଇ ଆଉ ଏକ ଚସନ୍ତାନକୁ ନିଜ ପିତା ମାତା ମାରି ଘରେ ପୋତିଦେଇଛନ୍ତି ।

ସୂଚନା ମୂତାବକ, ପଡୋଶିଙ୍କ ଅଭିଯୋଗ ପରେ ଜୁନ ୪ ତାରିଖରେ ଆନନ୍ଦପାଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପୋଲିସ ପହଞ୍ଚିଥିଲେ । ଏବଂ ତାଙ୍କ ଘର ମଧ୍ୟ ଭାଗରେ ଥିବା ଏକ ସ୍ଥାନକୁ ଖୋଳିବାକୁ ଲାଗିଥିଲେ । କିଛି ସମୟ ଖୋଳିବା ପରେ ପୋଲିସକୁ ଜଣେ ଝିଅର ଶବ ମିଳିଥିଲା । ଯାଞ୍ଚରୁ ଜଣାପଡିଲା ଉଦ୍ଧାର କରାଯାଇଥିବା ଶବଟି ଆନନ୍ଦପାଲଙ୍କ ଝିଅ । ତେବେ ପୋଲିସ ଆନନ୍ଦପାଲଙ୍କୁ ପଚରାଉଚରା କରିବା ପରେ ପିତା ମାତା ସମ୍ପୁର୍ଣ୍ଣ ଘଟଣା ପୋଲିସ ସମ୍ନାରେ କହିଥିଲେ । ଜଣେ ତାନ୍ତ୍ରୀକ ବୁଦ୍ଧିରେ ପଡି ସେ ତାଙ୍କ ଝଅକୁ ନିଜ ହାତରେ ମାରିଥିବା କଥା ଶ୍ୱିକାର କରିଥିଲେ ।

ମୃତ୍ୟୁବରଣ କରିଥିବା ଝିଅର ଜେଜେମା’ଙ୍କ କହିବା ଅନୁସାରେ ପିତା ମାତା ଝିଅକୁ ବହୁତ ଭଲ ପାଉଥିଲେ । ଝିଅ କୁପୋଷଣ ଶିକାର ହୋଇଥିଲା । ଯେତେ ଔଷଧ ଦେଲେ ମଧ୍ୟ ଝିଅ ଭଲ ହେଉନଥିଲା । ଠିକ ସେହିଭଳି ତାଙ୍କ ପୁଅ ମଧ୍ୟ ଧିରେ ଧିରେ କୁପୋଷଣର ଶିକାର ହେବାକୁ ଲାଗିଥିଲା । ଔଷଧରେ ରୋଗ ଭଲ ନହେବା ଦେଖୁ ପିତା ମାତା ଶେଷରେ ତାନ୍ତ୍ରୀକର ଆଶ୍ରା ନେବା ପାଇଁ ବାଧ୍ୟ ହୋଇଥିଲେ । ଫଳରେ ତାନ୍ତ୍ରୀକ କହିଥିଲା ଝିଅକୁ ମାରିଦେଲେ ପୁଅ ଦେହ ସୁସ୍ଥ ହୋଇଯିବ । ଏହାକୁ ବିଶ୍ୱାସ କରି ପିତା ମାତା ଝିଅକୁ ମାରି ନିଜ ଘର ମଧ୍ୟରେ ପୋତି ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି କି, ପିତା ମାତା ଝଅକୁ ନିଜ ପାଖରୁ ଦୁରେଇ ଦେବାକୁ ଚାହୁଁନଥିଲେ । ତେଣୁ ସେ ଝିଅକୁ ନିଜ ଘର ଭିତରେ ପୋତି ରଖିଥିଲେ । ସେ ଝିଅ ପାଇଁ ଏକ ମନ୍ଦିର ମଧ୍ୟ ତିଆରି କରିବାକୁ ଚାହୁଁଥିଲେ ।

ପୋଲିସ ଏହି ସମ୍ପୁର୍ଣ୍ଣ ଘଟଣାକୁ ଜାଣିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପିତା ଆନନ୍ଦପାଳଙ୍କୁ ଗିରଫ କରିଛି ।