ଜଣେ ମା’ର କାହାଣୀ ! ସୋସିଆଲ ମିଡିଆରେ କରିବାକୁ ଚାହୁଁଛି କିଡନୀ ବିକ୍ରୀ, ହେଲେ କାହିଁକି ?

50

‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ’ ଅର୍ଥାତ୍ ମା’ ଜନ୍ମଭୂମି ଓ ସ୍ୱର୍ଗଠାରୁ ମଧ୍ୟ ଉର୍ଦ୍ଧ୍ୱରେ । ଏହି ଉକ୍ତି ଯିଏ କହିଛି ବିଲକୁଲ ଠିକ୍ କହିଛି । କାରଣ ଦୁନିଆରେ ମା’ ହିଁ ଏମିତି ଏକ ମଣିଷ ଯିଏ ବିନା ସ୍ୱାର୍ଥରେ ଆମର ଲାଳନ ପାଳନ କରିଥାଏ । ନିଜେ ସଳିତା ପରି ଜଳି ଆମକୁ ବଞ୍ଚିବାର ରାହା ଦେଖାଇଥାଏ । ପିଲାମାନଙ୍କ ପେଟ ଭରିବା ପାଇଁ ନିଜେ ଭୋକରେ ରହି ପିଲାଙ୍କୁ ଦାନା ଯୋଗାଏ । ମା ନିଜ ପିଲାର ଖୁସି ପାଇଁ ନିଜକୁ ଜଳାଞ୍ଜଳି ଦେଇଦିଏ । ଏମିତି ଏକ ଜ୍ୱଳନ୍ତ ଉହାହରଣ ଦେଖିବା ପାଇଁ ମିଳିଛି ଆଗ୍ରାରେ ।

ଏଠାରେ ଜଣେ ମା’ ନିଜ ପିଲାଙ୍କ ପାଠପଢ଼ାରେ କିଛି ଅସୁବିଧା ନହେଉ ବୋଲିି ନିଜର କିଡନୀ ବିକ୍ରୀ କରିବା ପାଇଁ ଚାହୁଁଛନ୍ତି । ଏଥିପାଇଁ ମା’ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରି କିଡନୀ କିଣିବା ପାଇଁ ଅପିଲ କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସାହାଯ୍ୟ ମାଗି ସାରିଛନ୍ତି କିନ୍ତୁ କେହି ବି ସାହାଯ୍ୟ କରିନାହାନ୍ତି । ସବୁଆଡୁ ସାହାଯ୍ୟ ମାଗି ମାଗି ଥକିଯିବା ପରେ ସେ ଏପରି ଏକ ଚରମ ନିଷ୍ପତି ନେବା ପାଇଁ ବାଧ୍ୟ ହୋଇଥିବା ଜଣାପଡିଛି ।

ଆଗ୍ରାର ରୋହତକ ଅଞ୍ଚଳରେ ରହୁଥିବା ଆରତୀ ଶର୍ମାଙ୍କ ୪ ପିଲା ସିବିଏସଇର ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଛନ୍ତି । କିନ୍ତୁ ୪ ଜଣ ପିଲା ଗତ ୩ ମାସ ହେଲା ସ୍କୁଲ ଯାଇ ନାହାନ୍ତି । କାରଣ ସେମାନେ ସ୍କୁଲ ର ଫି ଜମା କରିବାରେ ଅସମର୍ଥ । ଏହି ପରିବାରରେ ସବୁ କିଛି ଠିକଠାକ ଚାଲିଥିଲା । ଆରତୀଙ୍କ ସ୍ୱାମୀ ମନୋଜ ଶର୍ମାଙ୍କର ରେଡିମେଟ କାରବାର ଥିଲା । ମନୋଜ ଙ୍କ କହିବା ଅନୁସାରେ ନୋଟବନ୍ଦୀ ପରେ ପରେ ହିଁ ତାଙ୍କ କାରବାର ବିଲକୁଲ ବନ୍ଦ ହେବା ଉପରେ ।

ଏହାପରେ ହିଁ ପରିବାର ଉପରେ ଦୁଃଖର ପାହାଡ ପଡିଯାଇଥିଲା । ନୋଟବନ୍ଦୀ ପରେ ତାଙ୍କ ବ୍ୟବସାୟ ଏତେ ପ୍ରଭାବିତ ହୋଇଥିଲା ଯେ ପିଲାଙ୍କ ଫିି ମଧ୍ୟ ଭରିବାରେ ଅସମର୍ଥ ହୋଇପଡିଛନ୍ତି । ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ଏହି ପରିବାର ‘ଶିକ୍ଷାର ଅଧିକାର’ ଯୋଜନା ବିଷୟରେ ଜାଣି ଏକ ଆଶାର ଆଲୋକ ନଜର ଆସିଥିଲା । ଏହି ଯୋଜନା ବିଷୟରେ ଜାଣିବା ପରେ ଆରତୀଙ୍କୁ ଲାଗିଲା ପିଲାଙ୍କୁ ଶିକ୍ଷା ମିଳିବା ସହ ତାଙ୍କ ଭବିଷ୍ୟତ ଉପରେ କୌଣସି ଆଞ୍ଚ ଆସିବ ନାହିଁ ।

ଆରତୀ ଏହି ସମ୍ମନ୍ଧରେ ସ୍ଥାନୀୟ ଅଧକାରୀଙ୍କ ସହୟତା ପାଇଁ ଅପିଲ କରିଥିଲେ । ଆରତୀଙ୍କ କହିବା ଅନୁସାରେ ସ୍କୁୂଲ ଫିସ ନେଇ ସେ ଯେତେବେଳ ଜିଲ୍ଲାଅଧିକାରୀଙ୍କୁ ଭେଟିଥିଲେ, ସେତେବେଳ ତାଙ୍କୁ ଜବାବ ମିଳଥିଲା କି ନିଜ ସାମର୍ଥ୍ୟ ହିସବାରେ ପିଲାଙ୍କୁ ପାଠ ପଢ଼ାଅ । ଶେଷରେ ନିରୁପାୟ ହୋଇ ଏକ ସାମାଜିକ ସଂଗଠନ ସହାୟତାରେ ସୋସିଆଲ ମିଡିଆରେ ନିଜର ପୋଷ୍ଟ ଦେଇ କିଡନୀ ବିକ୍ରି କରିବାର ଅପିଲ କରିଛନ୍ତି ଆରତୀ ।

ଆରତୀଙ୍କ ପିଲାମାନେ ବହୁତ ମେଧାବୀ । ଆରତୀଙ୍କ ସ୍ୱାମୀ ମନୋଜଙ୍କ କହିବା ଅନୁସାରେ ସରକାରୀ ସ୍ତରରୁ ମଧ୍ୟ ସାହଯ୍ୟ ପାଇଁ ସେମାନେ ହାତ ପାତିସାରିଛନ୍ତି । କିନ୍ତୁ ସେମାନେ ସାହାଯ୍ୟ ବଦଳରେ କହିଛନ୍ତି ଆତ୍ମହତ୍ୟା କରିବାର ଅଛି ହେଲ କରିନିଅନ୍ତୁ । ଏଥିପାଇଁ ଆରତୀ କିଡନୀ ବିକ୍ରୀ କରି ପିଲାଙ୍କୁ ପଢ଼ାଇବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି ।

                            ସୌଜନ୍ୟ-ଆଜତକ.କମ