ମୋଦିଙ୍କ ଗସ୍ତ ଆଗରୁ ବେହାଲ ବାଲେଶ୍ୱର : ସଭାସ୍ଥଳରେ ଜମିଲା ପାଣି

19

ବାଲେଶ୍ୱର : ରାତି ପାହିଲେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବାଲେଶ୍ୱରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଦାଉ ସାଧୁଛି ବର୍ଷା । ଆଜି ସକାଳୁ ହଠାତ୍ ବର୍ଷା ପବନ ହେବା ଫଳରେ ସଭାସ୍ଥଳରେ ପାଣି ଜମି ରହିଛି । କେତେକ ଅଂଶରେ ଟେଂଡ ଭାଙ୍ଗି ଯାଇଛି । ଏବେ ବି ଝିପିଝିପି ବର୍ଷା ଲାଗି ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରସ୍ତୁତି ପର୍ବର ତଦାରଖ ନେଇ ବାଲେଶ୍ୱରରେ ଡେରା ପକାଇଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସମେତ ବହୁ ବରିଷ୍ଠ ବିଜେପି ନେତା । ମୋଦି ସରକାରଙ୍କ ଦୁଇ ବର୍ଷ ପୁର୍ତି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଉଦବୋଧନ ଦେଉଛନ୍ତି । ଏହି କ୍ରମରେ ଆସନ୍ତାକାଲି ସେ ବାଲେଶ୍ୱର ଆସିବେ । ଦେଶର ପୂର୍ବାଂଚଳର ବିକାଶ ବିନା ସାମଗ୍ରିକ ବିକାଶ ଅସମ୍ଭବ ବୋଲି ମୋଦି କହୁଥିବା ବେଳେ ଓଡିଶାକୁ ଗୁରୁତ୍ୱ ଦେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।