ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଏଜେଣ୍ଡା ଉପରେ ପ୍ରସ୍ତୁତ ହୋଇଥିବା ସିନେମା ‘ମୋଦି କା ଗାଁଓ’ର ଟ୍ରେଲର ଉନ୍ମୋଚନ ହୋଇଛି । ବିହାରର ସିନେମା ନିର୍ମାତା ମୋଦିଙ୍କ ବିକାଶଧାରାକୁ ନେଇ ଏହି ସିନେମାଟି ପ୍ରସ୍ତୁତ କରୁଛନ୍ତି ।

ମୁମ୍ବାଇର ଜଣେ ବ୍ୟବସାୟୀ ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି । ମଧ୍ୟମ ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ଟେଲି ଅଭିନେତା ଚନ୍ଦ୍ରମଣି ଏମ.ଔର ଜେବା.ଏ ଅନ୍ୟତମ ମୂଖ୍ୟ ଭୂମିକାରେ ନଜର ଆସିବେ ।