ଆପଣଙ୍କ ପାଖେ ଅଧିକ ସଂପତ୍ତି ଅଛି କି ? ତୁରନ୍ତ ୩ଟି ଜିନିଷକୁ ଯାଂଚ କରିନିଅନ୍ତୁ , ପ୍ରଧାନମନ୍ତ୍ରୀ ମୋଦି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି !

38

ନୋଟବନ୍ଦୀ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କଳାଧନରେ କିଣାଯାଇଥିବା ସମ୍ପତ୍ତି ଉପରେ ନଜର । କଳାଧନ ଅର୍ଥାତ ବେନାମି ସମ୍ପତ୍ତି ବିରୁଦ୍ଧରେ ମୋଦି ସରକାର ଯେକୌଣସି ମୂହୁର୍ତ୍ତରେ ପଦକ୍ଷେପ ନେଇପାରନ୍ତି । ହୋଇଥାଇପାରେ ଆପଣଙ୍କୁ ଏହି କଥାର ଆଭାସ ନଥାଇପାରେ ଯେ ଆପଣଙ୍କ ପାଖରେ ମଧ୍ୟ ବେନାମୀ ସମ୍ପତ୍ତି ରହିଛି ।

ଆମେ ଆପଣଙ୍କୁ କହିରଖୁଛୁ ଯେ କିପରି ଆପଣ ଜାଣିପାରିବେ ଆପଣଙ୍କ ପାଖେ ଥିବା ବେନାମି ସମ୍ପତ୍ତି ସର୍ମ୍ପକିତ ତଥ୍ୟ । ଏହା ପୂର୍ବରୁ ଆମେ ଏଠାରେ ବେନାମି ସମ୍ପତ୍ତି ଏବଂ ଏହା ସମ୍ବନ୍ଧିତ ମୋଦି ସରକାରଙ୍କ ପଦକ୍ଷେପ ସମ୍ପର୍କରେ କିଛି ବିବରଣୀ ଦେବାକୁ ଚାହୁଁଛୁ ।

ଜାଣିରଖନ୍ତୁ ବେନାମୀ ସମ୍ପତ୍ତି କାହାକୁ କୁହନ୍ତି –
ପ୍ରଥମେ ଜାଣିରଖନ୍ତୁ ବେନାମୀ ସମ୍ପତ୍ତି କାହାକୁ କୁହନ୍ତି । ବେନାମୀ ସମ୍ପତ୍ତି ଅର୍ଥାତ ସମ୍ପତ୍ତ କିଣିଥିବା ବ୍ୟକ୍ତିଙ୍କ ନାଁ ନଥାଇ ଅନ୍ୟ ବ୍ୟକ୍ତିଙ୍କ ନାଁ ରହିବା । ଯଦି ଆପଣ ନିଜ ପୁଅ କିମ୍ବା ଝିଅ ନାଁରେ ସମ୍ପତ୍ତି କିଣିଛନ୍ତି ମାତ୍ର ଆପଣ ଆୟକର ବିଭାଗରେ ଯଦି ଏହାସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି ତେବେ ଏହାକୁ ବେନାମୀ ସମ୍ପତ୍ତି ରୂପେ ଗଣତି କରାଯିବ ।

କେବଳ ଏତିକି ନୁହେଁ, ଯଦି ଆପଣଙ୍କ ପାଖରେ କିଛି ଜଏଂଟ ସମ୍ପତ୍ତି ଅଛି ତେବେ ଏହାର ତଥ୍ୟ ମଧ୍ୟ ଆୟକର ବିଭାଗରେ ସାମିଲ କରିବେ , ନଚେତ୍ ଏହାକୁ ବେନାମୀ ସମ୍ପତ୍ତି ରୂପେ ଗଣତି କରାଯିବ ।

ମୋଦି ସରକାର ନେଇପାରନ୍ତି ଏହି ସବୁ ପଦକ୍ଷେପ – ବେନାମୀ ଦିଆ-ନିଆକୁ ରୋକ୍ ଲଗାଇବା ପାଇଁ ପ୍ରଥମେ ବେନାମୀ ସମ୍ପତ୍ତି କାର୍ଯ୍ୟ ନିର୍ବାହ-୧୯୮୮ରେ ମୋଦି ସରକାର ସଂଶୋଧନ କରିଛନ୍ତି । ଏହି ନିୟମ ସରକାରଙ୍କ ଦ୍ୱାରା ଅଧିକୃତ ହୋଇଛି । ଯଦି ଆପଣଙ୍କ ସମ୍ପତ୍ତି ବେନାମୀ ଥାଏ ତେବେ ଆପଣଙ୍କୁ ସମ୍ପତ୍ତିି ଉପରେ କଟକଣା ଜାରି ପାଇଁ ନୋଟିସ ଆସିପାରେ ଏବଂ ଆଇନ ମୁତାବକ ବେନାମୀ ଦିଆ-ନିଆ ସକାଶେ ୩ରୁ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡିପାରେ ।

କିପରି କରିବେ ବୈଧ:
ଆପଣଙ୍କୁ ଯଦି ଜଣାପଡିଯାଇଛି ଯେ ଆପଣଙ୍କ ସମ୍ପତ୍ତି ବେନାମି ହେବାର ସମ୍ଭାବନା ଅଛି ତେବେ ମଧ୍ୟ ଆପଣ ଏହାକୁ ବୈଧ କରିପାରିବେ । ଯଦି ଆପଣ ୨ବର୍ଷ ମଧ୍ୟରେ କୌଣସି ସମ୍ପତ୍ତି କିଣିଛନ୍ତି ଏବଂ ଏହାର ଘୋଷଣା କରାଯାଇନାହିଁ ତେବେ ଆପଣ ଏହାକୁ ଆୟକର ବିଭାଗ ସହ ସମ୍ପୃକ୍ତ କରାଇ ଏହାର ଆୟକର ଦେଇପାରିବେ । (ସୌଜନ୍ୟ-ଦୈନିକ ଭାସ୍କର)