ଘନ କୁହୁଡିରେ ଗାଡି ଚଳାଇବା ପୂର୍ବରୁ ଜାଣି ରଖନ୍ତୁ କିଛି କଥା ! ନହେଲେ ଦୁର୍ଘଟଣାର ଶିକାର ହୋଇପାରନ୍ତି

93

ପୂରା ଦେଶରେ ଶୀତ ଅନୁଭୂତ ହେଲାଣି । କିନ୍ତୁ ଚଳିତବର୍ଷର ଶୀତ ଲୋକଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି । ରାଜଧାନୀ ଦିଲ୍ଲୀରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଘନ କୁହୁଡି ବଳୟ ଭିତରେ ରହୁଛି ଦିଲ୍ଲୀ । ବାୟୁ ପ୍ରଦୂଷଣ ଯୋଗୁଁ ବିଷାକ୍ତ ଚାଦରରେ ଘୋଡାଇ ହୋଇ ରହିଛି ଦିଲ୍ଲୀ । ଯାହାଫଳରେ ଦିନ ତମାମ ଦିଲ୍ଳୀ ଅନ୍ଧାର ରହୁଛି । ଏହାର ପ୍ରଭାବ ସିଧାସଳଖ ଦିଲ୍ଲୀ ବାସୀଙ୍କ ଉପରେ ପଡୁଛି । ଏପରିକି ଘନ କୁହୁଡି ଯୋଗୁଁ ଦୁର୍ଘଟଣା ମଧ୍ୟ ବଢିଚାଲିଛି ।

ଗତକାଲି ଘନ କୁହୁଡି ଯୋଗୁଁ ଦିଲ୍ଲୀର ଯମୁନା ଏକ୍ସପ୍ରେସରେ ୨୪ଟି ଗାଡି ପଛକୁ ପଛ ଧକ୍କା ହୋଇଛନ୍ତି । ଏହି ସିରିଜ ଦୁର୍ଘଟଣାରେ କେହି ପ୍ରାଣ ହରାଇନଥିଲେ ମଧ୍ୟ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ବିଷାକ୍ତ କୁହୁଡି ନିଜର କାୟା ବିସ୍ତାର କରି ଚାଲିଛି । ଗତକାଲି ୫୦ ମିଟର ଦୂର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉଥିବା ବେଳେ ଆଜି ୧୦ ମିଟର ଦୂରତା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଦେଖାଯାଉନାହିଁ । ଏସବୁୁକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସମସ୍ତ ସ୍କୁଲକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜଧାନୀ ଦିଲ୍ଳୀରେ ଗାଡି ଚଳାଇବା ଏକ ଚ୍ୟାଲେଞ୍ଜ ପାଲଟିଛି ସମସ୍ତଙ୍କ ପାଇଁ । କାରଣ ଘନ କୁହୁଡି ଯୋଗୁଁ ଅଧିକାଂଶ ଗାଡିମଟର ଦୁର୍ଘଟଣା ହେଉଥିବା ଖବର ସାମ୍ନାକୁ ଆସୁଛି । ଏସବୁ ଭିତରେ ଘନ କୁହୁଡି ମଧ୍ୟରେ ସୁରକ୍ଷିତ ଭାବେ କିପରି ଗାଡି ଚଳାଇବେ ତାହା ଜାଣି ରଖିବା ନିତାନ୍ତ ଆବଶ୍ୟକ ।

downloadକମ ସ୍ୱିଡରେ ଗାଡି ଚଳାନ୍ତୁ : ଘନ କୁହୁଡିରେ ଗାଡି ଚଳାଇବା ଅଥାର୍ତ ବିପଦକୁ ଆମନ୍ତ୍ରଣ କରିବା । ତେଣୁ ଏଭଳି କ୍ଷେତ୍ରରେ ପ୍ରଥମ ନିୟମ ହେଉଛି ଗାଡିକୁ ଧୀର ବେଗରେ ଚଳାନ୍ତୁ । ଯାହାଫଳରେ ଆପଣ ଗାଡିକୁ ନିୟନ୍ତ୍ରଣରେ ରଖିପାରିବେ । ସାଧାରଣତଃ ଜାତୀୟ ରାଜପଥରେ ଗାଡି ଚାଳକ ମାନେ ଅଧିକ ବେଗରେ ଗାଡି ଚଳାଇଥାନ୍ତି । କିନ୍ତୁ ଘନ କୁହୁଡି ହୋଇଥିବା ସମୟରେ ଦ୍ରୁତ ଗତିରେ ଗାଡି ଚଳାଇବାରୁ ନିବୃତ ରୁହନ୍ତୁ । କାରଣ ଘନ କୁହୁଡି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଇନଥାଏ । ଫଳରେ ଦୁର୍ଘଟଣାର ଆଶଙ୍କା ବଢିଯାଇଥାଏ ।

ରାସ୍ତା ଉପରେ ଧ୍ୟାନ ରଖନ୍ତୁ : ଘନ କୁହୁଡି ହୋଇଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ତଥା ସୁନ୍ଦର ହୋଇଥାଏ । ଏଭଳି କ୍ଷେତ୍ରରେ ଯଦି ଆପଣ ଗାଡି ଚଳାଉଥାନ୍ତି ତେବେ ଘନ କୁହୁଡିର ସୌନ୍ଦଯକୁ ଉପଭୋଗ କରିବା ବଦଳରେ ରାସ୍ତା ଉପରେ ଧ୍ୟାନ ରଖନ୍ତୁ । ରାସ୍ତାରେ ଦିଆଯାଇଥିବା ଧଳାରଙ୍ଗର ଲାଇନ ଉପରେ ସର୍ବଦା ଦୃଷ୍ଟି ରଖନ୍ତୁ । କାରଣ ଏହି ମାର୍କିଙ୍ଗ ଲାଇନରୁ ଜାଣିପାରିବେ କି ଆପଣ ରାସ୍ତା ଉପରେ ଚଳାଉଛନ୍ତି କି ନାହିଁ । କେବଳ ରାସ୍ତାର ମାର୍କିଙ୍ଗ ନୁହେଁ ରାସ୍ତା କଡରେ ଲାଗିଥିବା ସାଇନ ବୋର୍ଡ ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ । କାରଣ ରାସ୍ତା ମଝିରେ ଯଦି ବାଙ୍କ ଥାଏ ତେବେ ଏହା ସାଇନବୋର୍ଡ ମାଧ୍ୟମରେ ଜାଣିହେବ ।

People cross the road in Delhiକାର ହିଟର ଲଗାନ୍ତୁ ନାହିଁ : ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ, ଅତ୍ୟଧିକ ଥଣ୍ଡା ଯୋଗୁଁ କାରରେ ଯାଉଥିବା ଲୋକ କାର ହିଟର ଲଗାଇଥାନ୍ତି । ଏହାଦ୍ୱାରା କାରର କାଚରେ ଅଧିକ କୁହୁଡି ଜମିଯାଇଥାଏ । ଏହାଦ୍ୱାରା କିଛି ଦେଖା ଯାଇନଥାଏ । ଏଭଳି ସ୍ଥିତିରେ ଯଦି ଘନ କୁହୁଡି ଥାଏ ତେବେ ଦୁର୍ଘଟଣାର ଆଶଙ୍କା ବଢିଯାଇଥାଏ । ତେବେ ଯଦି କାର ଚଳାଉଥିବା ସମୟରେ ହିଟର ଚାଲୁ କରୁଥାନ୍ତି ତେବେ କାଚ ଉପରେ ଜଳବିନ୍ଦୁ ଜମିବାକୁ ଆଦୌ ଦିଅନ୍ତୁ ନାହିଁ ।

ହେଡଲାଇଟ ଜଳାଇ ରଖନ୍ତୁ : ଘନ କୁହୁଡି ମଧ୍ୟରେ ଗାଡି ଚଳାଇବା ବେଳେ ଟିକିଏ ଦୂର ରାସ୍ତା ଆଦୌ ଦେଖାଯାଇନଥାଏ । ତେଣୁ ଯଦି ଘନ କୁହୁଡି ମଧ୍ୟରେ ବାହାରକୁ ଯାଉଛନ୍ତି ତେବେ ହେଡଲାଇଟ ଜଳାଇବା ନିତାନ୍ତ ଆବଶ୍ୟକ । ଏହାଛଡା ଗାଡିର ଅନ୍ୟ ଲାଇଟ ଯେପରିକି, ଟେଲ ଲାଇଟ ଓ ବ୍ଲିଙ୍କର୍ସଙ୍କୁ ଜଳାଇ ରଖନ୍ତୁ । ଏହାଦ୍ୱାରା ରାସ୍ତାରେ ଯାଉଥିବା ଅନ୍ୟ ଗାଡି ଚାଳକଙ୍କୁ ଆପଣଙ୍କ ଗାଡି ସହଜରେ ଦେଖାଯିବ । ଯାହାଫଳରେ କିଛି ମାତ୍ରାରେ ଦୁର୍ଘଟଣା ରୋକାଯାଇ ପାରିବ ।