ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବା ହେଲା ଆହୁରି ସହଜ ! ଗୋଟିଏ କଲରେ ମୋବାଇଲ ନମ୍ବର ସହ ହେବ ଆଧାର ଲିଙ୍କ

96

ମୋବାଇଲ ନମ୍ବରରେ ଆଧାର ଲିଙ୍କ କରିବା ନେଇ ୬ ଫେବୃଆରି ୨୦୧୮ ରହିଛି ଡେଡଲାଇନ । ଏହି ସମୟସୀମା ମଧ୍ୟରେ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ ଲିଙ୍କ କରିବା ଜରୁରୀ । ଏଥିପାଇଁ ଉଭୟ ଗ୍ରାହକ ଓ ଟେଲିକମ କମ୍ପାନି ଚିନ୍ତାରେ । ଏପରିକି ଟେଲିକମ କମ୍ପାନୀ ଗୁଡିକ ୧ ଡିସେମ୍ବରରୁ ୱାନ ଟାଇମ ପାସୱାର୍ଡ ବା ଓଟିପି ମାଧ୍ୟମରେ ଆଧାର ଭେରିଫିକେସନ ପ୍ରୋସେସ ଆରମ୍ଭ କରିଦେଇଛନ୍ତି । ତେବେ ଏହି ପ୍ରୋସେସ ଏବେ ଲୋକଙ୍କ ମଧ୍ୟରେ ଏତେଟା ଗ୍ରହଣୀୟ ହୋଇପାରୁନାହିଁ ।ତେବେ ଏହି ପ୍ରୋସେସକୁ ଛାଡି ଅନ୍ୟ ଏକ ଉପାୟରେ ମଧ୍ୟ ମୋବାଇଲ ନମ୍ବରକୁ ଆଧାରକାର୍ଡ ସହ ସହଜରେ ଲିଙ୍କ କରାଯାଇ ପାରିବ ।

link-aadhar-card-with-mobile-sim-card1_630_630ବାସ୍ ଏଥିପାଇଁ କେବଳ ଗୋଟିଏ କଲ କରିବାକୁ ପଡିବ । ଯାହାଦ୍ୱାରା ମୋବାଇଲ ନମ୍ବର ଆଧାରକାର୍ଡ ସହ ଲିଙ୍କ ହୋଇଯିବ ।ଏହା ଏକ ଅଟୋମେଟେଡ ଟେଲିକମ ସିଷ୍ଟମ, କିଛି ତଥ୍ୟ ହାସଲ କରିବା ପରେ ଆଇଭିଆର୍ ହେଲ୍ପଲାଇନ ମାଧ୍ୟମରେ ଆପଣଙ୍କ ମୋବାଇଲ ନମ୍ବର ଆଧାରକାର୍ଡ ସହ ଲିଙ୍କ ହୋଇଯିବ ।ଏଥିପାଇଁ କିଛି ସୋପାନ ଦେଇ ଯିବାକୁ ହେବ ।

ପ୍ରଥମେ ଆଧାର ସହ ଲିଙ୍କ କରିବାକୁ ଚାହୁଁଥିବା ନମ୍ବରକୁ ଟେଲିକମ କମ୍ପାନିର IVR ନମ୍ବରରେ କଲ କରନ୍ତୁ । ଏହି କଲ କରିବା ସମୟରେ ହିଁ ଅଟୋମେଟେଡ ଟେଲିକମ ସିଷ୍ଟମରୁ ଆପଣଙ୍କୁ ମୋବାଇଲ ନମ୍ବର ଦେବା ପାଇଁ କୁହାଯିବ । ନମ୍ବର ଡାଏଲ କରିବା ପରେ UIDAI କୁ ଓଟିପି ପାଇଁ ଅନୁରୋଧ ପଠାଯିବ ।

ଏହା କରିବା ପରେ ଆଧାରକାର୍ଡରେ ଲିଙ୍କ ପାଇଁ ଦେଇଥିବା ମୋବାଇଲ ନମ୍ବରକୁ ଓଟିପି ଆସିବ । ଏହାପରେ ପୁର୍ନବାର ଆଉ ଏକ ମେସେଜ ଆସିବ । ଓଟିପି ମିଳିବା ପରେ ଏହି ନମ୍ବରକୁ IVR ସହ ସେୟାର କରିବାକୁ ଆଦୌ ଭୁଲନ୍ତୁ ନାହିଁ । ଓଟିପି ଦେବା ପରେ ଆପଣଙ୍କର e-KYC ର ସମ୍ପୂର୍ଣ୍ଣ ବିବରଣୀ UIDAI ନିକଟରେ ପହଞ୍ଚିବ । UIDAI e-KYCର ବିବରଣୀକୁ ଯାଞ୍ଚ କରିବା ପରେ ସକସେସଫୁଲ ମେସେଜ IVRରୁ ଆସିଯିବ । ଏହି ସୋପାନ ପାର କରିବା ପରେ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ ହେବାର ଏକ ମେସେଜ ଆସିବ ।