ଗାଁର ବିକାଶ ପାଇଁ ନିଆରା ପଦକ୍ଷେପ ନେଲେ ବିଧାୟକ ! ଶ୍ମଶାନରେ କାଟିଲେ ସାରା ରାତି ।

41

ଏମିତି ଜଣେ ବିଧାୟକ ଯିଏ ଗାଁର ବିକାଶ ପାଇଁ ଶ୍ମଶାନରେ ଶୋଇବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇ ନାହାନ୍ତି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ତେଲୁଗୁ ଦେଶମ୍ ପାର୍ଟିର ବିଧାୟକ ନିମ୍ମାଲା ରାମା ନାଇଡୁଙ୍କୁ ପୁରା ରାତି ଶ୍ମସାନରେ ବିତାଇବାକୁ ପଡିଛି । ଏବଂ ଆସନ୍ତା ଦୁଇ, ତିନି ଦିନ ଏବଂ ରାତି ମଧ୍ୟ ସେ ଶ୍ମସାନରେ କାଟିବେ । ତେବେ ବିଧାୟକ ଏପରି କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ମସାନର ନବୀକରଣ କାମରେ ବାଧା ଉପୁଜିବାରୁ ବିଧାୟକ ଏଭଳି ନିଷ୍ପତ୍ତି ନେଇଥିଲେ । ଏବଂ ତାଙ୍କର ଏହି ନିଷ୍ପତ୍ତିର ଫଳ ମଧ୍ୟ ସେ ପାଇଥିଲେ । ଶ୍ମସାନର କାମ ଦ୍ରୁତ ଗତିରେ ପୁଣି ଆରମ୍ଭ ହୋଇଥିବା ବେଳେ ପାଖାପାଖି ୫୦ ଜଣ ଶ୍ରମିକ କାମ କରିବା ପାଇଁ ଫେରି ଆସିଛନ୍ତି ।

ତେବେ ପ୍ରକୃତ ଘଟଣା ହେଉଛି ଶ୍ମସାନରେ କାମ କରିବା ପାଇଁ ଶ୍ରମିକ ମାନେ ଡରୁଥିଲେ । ତେବେ ବିଧାୟକ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ, ଭୂତ, ପ୍ରେତ ଏବଂ ଖରାପ ଆତ୍ମା ଏଭଳି କିଛି ବାସ୍ତବରେ ନଥାଏ । ଏବଂ ଏହାକୁ ପ୍ରମାଣିତ କରିବା ପାଇଁ ଯାଇ ବିଧାୟକ ସାରା ରାତି ଶ୍ମସାନରେ ହିଁ ଶୋଇଥିଲେ ଏବଂ ସକାଳୁ ଉଠି ଘରକୁ ଆସିଥିଲେ । ଏହା ପରେ ବିଧାୟକ ଗଣମାଧ୍ୟମକୁ କହିଥିଲେ ଯେ, ସେ ଅଧିକ ଦୁଇ, ତିନି ରାତି ଶ୍ମସାନରେ ହିଁ ଶୋଇବେ । ଏପରି କରିବା ଦ୍ୱାରା ଶ୍ରମିକମାନଙ୍କ ମନରେ ଥିବା ଭୟ ଦୂର ହେବ ଏବଂ ସେମାନଙ୍କୁ ସାହାସ ମିଳିବ ।

ବିଧାୟକ କହିଛନ୍ତି ଯେ, ଶ୍ରମିକ ମାନେ କାମ କରିବା ପାଇଁ ଭୟଭୀତ ହେଉଥିଲେ ଏବଂ ସେମାନଙ୍କୁ ଲାଗୁଥିଲା ଯେ, ଶ୍ମସାନରେ ଆତ୍ମା ଅଛନ୍ତି ଏବଂ ଯଦି ସେମାନେ ସେଠାରେ କାମ କରନ୍ତି ତେବେ ସେମାନଙ୍କୁ ବହୁତ କ୍ଷତି ସହିବା ପାଇଁ ପଡିପାରେ । ଆଉ ଏହି ଭୟ ପାଇଁ କୌଣସି ଶ୍ରମିକ ଶ୍ମସାନରେ କାମ କରିବା ପାଇଁ ଆସୁନଥିଲେ । ବିଧାୟକଙ୍କ କହିବା ଅନୁଯାୟୀ, ସେ ଶ୍ମସାନରେ ଶୋଇବା ପରେ ଶ୍ରମିକମାନଙ୍କ ମନରୁ ଭୟ ଦୂର ହୋଇଛି ଏବଂ ଠିକ ଏହା ପରଦିନ ପାଖାପାଖି ୫୦ଜଣ ଶ୍ରମିକ କାମ କରିବା ପାଇଁ ଶ୍ମସାନରେ ପହଞ୍ଚିଥିଲେ । ବିଧାୟକ ଆଶା ରଖିଛନ୍ତି ଯେ, ଆଉ ଦୁଇ ତିନି ଶୋଇବା ପରେ ପାଖାପାଖି ସବୁ କାମ କରିବା ପାଇଁ ଆଗେଇଆସିବେ ।